ଦେଶୀ ମଦ ଧରପଗଡ କରି ସବାସୀ ନେଉଛି ଆବକାରୀ ବିଭାଗ !
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗର ପାରିବାର ପଣିଆ ଦାଣ୍ଡରେ ପଡି ହାଟରେ ଗଡୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜେଙ୍ଗିୱାଡା ପଞ୍ଚାୟତରେ । ଦୀର୍ଘବର୍ଷ ଧରି ଭେଜେଙ୍ଗିୱାଡା ପଂଚାୟତ ରେ ମାଓବାଦୀଙ୍କ ଗଡ଼ ହୋଇ ରହିଥିବା ବେଳେ ସରକାରୀ କଳର ନିୟମ ଫିକାପଡି ଯାଇଥିଲା । ଯଦ୍ବାରା କି ଏହି ଅଞ୍ଚଳରେ ଅବକାରୀ ବିଭାଗ ଦୃଷ୍ଟି ଆଢୁଆଳରେ ରହିବା ସହିତ ଏକଦା ଗଞ୍ଜେଇ ର ଗନ୍ତାଘର ପାଲଟି ଗଞ୍ଜେଇ ବ୍ୟବସାୟୀ ଙ୍କ ଭୂସ୍ବର୍ଗ ପାଲଟିଥିଲା । ଏହି ଅଞ୍ଚଳରେ ପୋଲିସ ଲଗାତାର ତଲାସୀ ଓ ବିଏସଏଫ କ୍ୟାମ୍ପର ସ୍ଥାପନା ପରେ ଏହି ଅଞ୍ଚଳରୁ ଏକ ପ୍ରକାର ମାଓ ମୁକ୍ତ ହେବା ସହ ରାସ୍ତାର ଉନ୍ନତି କରଣ ବିଭନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିଥିଲା । ବର୍ତମାନ ଏହି ଅଞ୍ଚଳରେ ଦେଖିବାକୁ ମିଳିଛି ମଦର ଆସର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଅପେକ୍ଷ୍ୟା ଏହି ଅଞ୍ଚଳର ପାନ ଦୋକାନ କିରାନା ଦୋକାନରେ ବିକ୍ରି ହେଉଛି ବିଦେଶୀ ମଦ । ସତେ ଯେମିତି ଆବକାରି ବିଭାଗର ଅଭୟ ବର ପାଇଥିବା ଭଳି ମନେ ହେଉଛି । ଏହିଭଳି ଏକ ଭିଡିଓ ବର୍ତମାନ ଭାଇରାଲ ହେଉଛି ଯେ ଉକ୍ତ ଗ୍ରାମର ଦୋକାନୀ ଅନିମେଶ ମଲ୍ଲିକ ଖୁଳ୍ମଖୁଲା ବିଦେଶୀ ମଦ ବିକ୍ରିକରୁଥିବା ଦେଖିବାକୁ ମିଳୁଛି । ଏ ବାବଦରେ ଅବକାରୀ ବିଭାଗର ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ଏ ବାବଦରେ କୌଣସି ଅଭିଯୋଗ ପାଇ ନାହାନ୍ତି ଅଭିଯୋଗ ଅନୁଯାୟୀ ଏହାରତଦନ୍ତ କରିବାକୁ ସ୍ଵଷ୍ଟିକରଣ ଦେଇଛନ୍ତି ।