ମାଲକାନଗିରି : ରାଜ୍ୟସରକାର ଧାନଚାଷୀଙ୍କ ହିତରେ କୁଇଣ୍ଟାଲ ପିଛା ଟ:୨୮୦୦/- ଓ ବୋନସ ବାବଦ୍କୁ ୮୦୦ଟଙ୍କା ଦେଇ ଚାଷୀ ମୂହରେ ହସଫୁଟାଇ ଥିଲେ । ନିୟମ ଅନୁଯାୟୀ ମାଣ୍ଡିରେ ୧୦୦୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ରହିଥିବା ବେଳେ ବହୁତ ଚାଷୀଙ୍କ ଧାନ ବର୍ତମାନ ସୁଧା ଖଳାପଡି ରହିଛି । ଯାହାଦ୍ଵାରା ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀଙ୍କ ବର୍ଷତମାମ ହେଉଥିବା ପରିଶ୍ରମର ମୂଲ୍ୟ ମିଳିପାରୁ ନାହି । ବାରମ୍ବାର ସରକାର ଙ୍କୁ ଅନୁରୋଧ ପରେ ଆଜି ମଣ୍ଡିରେ ଅବ୍ୟବସ୍ଥା କୁ ନେଇ ତାତିଛନ୍ତି ଚାଷୀ । ମାଥିଲି ବ୍ଳକ ଅନ୍ତର୍ଗତ ନାୟକଗୁଡା ଠାରେ ଜାତୀୟ ରାଜପଥ ୩୨୬ ଉପରେ ଧାନ ବସ୍ତା ରଖି ରାସ୍ତା ରୋକ କରିଛନ୍ତି ଉତ୍ୟକ୍ତ ଚାଷୀ । ମାସ ମାସ ଧରି ଧାନ ଉଠୁନଥିବା ଅଭିଯୋଗ ସହ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ଦିଆଯାଉଥିବା ବେଳେ ମଣ୍ଡି ରେ ୧୦୦୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ରହିଛି । ମଣ୍ଡି ରେ ଟାର୍ଗେଟ ବଢାଯାଇ ୨୦୦୦ କୁଇଣ୍ଟାଲ କରାଯିବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ ଚାଷୀ । ତେବେ ପ୍ରଶାସନ ତରଫରୁ କୌଣସୀ ପଦକ୍ଷେପ ନିଆଯାଇନଥିଲା । ବାରମ୍ବାର ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ବିଫଳ ହେବାରୁ ରାସ୍ତାରୋକ କରିଛନ୍ତି । ତେବେ ଦାବିପୂରଣ ସହ ଉଚିତ ସମୟରେ ଚାଷୀ ଙ୍କ ଧାନକ୍ରୟ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ କୃଷକ । ରାସ୍ତାରୋକ ଯୋଗୁ ଜାତୀୟ ରାଜପଥ ଅବରୋଧ ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି । ଫଳରେ ଜୟପୁର ମାଲକାନଗିରି ଜଜାତୀୟରାଜପଥ ରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.