ଗଞ୍ଜାମ ଗସ୍ତରେ ଆସି ନବୀନ ଯିବା ପରେ ରାଜନୈତିକ ମହଲ ରେ ହଲଚଲ…..
ବ୍ରହ୍ମପୁର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଆସି ସିଧା ଚଷୀ ମାନଙ୍କ ସହ ମିଶି ସେମାନେ ଯେପରି ସ୍ୱଳ୍ପ ସମୟ ମଧ୍ୟରେ କ୍ଷତି ପୂରଣ ପାଇବେ ସେ ନେଇ ସରକାଙ୍କ ସହ କଥା ବାର୍ତ୍ତା କରିବେ ବୋଲି ଆଶ୍ୱାସନା ଦେଇଥିଲେ। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ଼ ଚାରିଛକ, ତାକରଡ଼ା, ଗୋବିନ୍ଦପୁର, ବୁରୁପଡା, ପୋଡିଙ୍ଗି ଠାରେ ଚାଷୀ ମାନଙ୍କ ସହ ମିଶିବା ପରେ ଆସିକା କଇଁଫୁଲିଆ ଠାରେ ଚାଷୀ ମାନଙ୍କ ସହ ଦୁଃଖ ସୁଖ ହେବା ପରେ କବିସୂର୍ଯ୍ୟ ନଗର କୁ ଚାଲି ଯାଇଥିଲେ। ନବୀନଙ୍କ ଗସ୍ତ ସମୟରେ ବବିଦାଶ, ଦେବୀମିଶ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲାର ପୂର୍ବତନ ବିଧାୟକ ଓ ଆସିକାର ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ଉପସ୍ଥିତ ଥିଲେ।ବିରୋଧି ଦଳର ନେତା ହେବା ପରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲାକୁ ନବୀନ ପଟ୍ଟନାୟକ ଆସିଥିବା ବେଳେ ପୂର୍ବ ଭଳି ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏବେବି ନବୀନଙ୍କ କ୍ରେଜ ରହିଥିବା ଦେଖିବାକୁ ମିଳିଛି। ନବୀନ ପଟ୍ଟନାୟକ ଚାଷୀ ମାନଙ୍କ ସହ ସିଧା ମିଶିବା ଓ ସେମାନ ଅଦିନିଆ ବର୍ଷାରେ ବିଭିନ୍ନ ଚାଷରେ ହୋଇଥିବା କ୍ଷୟକ୍ଷତି ତୁରନ୍ତ ଯେପରି ମିଳିବ ସେନେଇ ସରକାର ଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଆସି ଯିବା ପରେ ବିଜେଡ଼ି ଦଳରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଏପଟେ ଶାସକ ଦଳରେ ହଲଚଲ ସୃଷ୍ଟି ହୋଇଥିବା ଲକ୍ଷକରାଯାଇଛି। ନବୀନଙ୍କ ସହ ସିଧା ସଳଖ ମିଶିବା ପାଇଁ ସେ ଯେଉଁ ରାସ୍ତାରେ ଯାଉ ଥିଲେ ସହ ସହ ଚାଷୀ ରାସ୍ତା କଡରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।