ରାଜ୍ୟରେ ରହିଛନ୍ତି ନକଲି ଚାଷୀ, ଚିହ୍ନଟ ପାଇଁ ହେବ ପଞ୍ଜିକରଣ

ଭୁବନେଶ୍ବର: ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରିବେ । କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀଙ୍କ କହିବା କଥା, ରାଜ୍ୟରେ ଏବେ କିଛି ଅଣଚାଷୀ ରହିଛନ୍ତି । ଯେଉଁମାନେ ପ୍ରକୃତରେ ଚାଷୀ ନହୋଇ କାଗଜପତ୍ର ଦେଖାଇ ଫାଇଦା ନେଉଛନ୍ତି । ଏହାକୁ ଧରିବା ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଯେମିତି ରାସନକାର୍ଡରେ ହିତାଧିକାରୀଙ୍କୁ ଇ-କେଓ୍ବାଇସି ଭରିବା ବାଧ୍ୟତାମୂଳକ କରାଯାଇଥିଲା । ସେମିତି ଏଥିରେ ମଧ୍ୟ ପଞ୍ଚିକରଣ ହେବ  । ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ । ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ହେବ ତାଲିକା ।

ଏଥିସହିତ ମନ୍ତ୍ରୀ ଏହାବି କହିଛନ୍ତି, ରାସନକାର୍ଡ଼ରେ ଏବେ ବି ଇ-କେଓ୍ବାଇସି ଜାରି ରହିଥିବା ବେଳେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି । ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ଏପରି ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।

nis-ad
Leave A Reply

Your email address will not be published.