ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ।  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ ଶାହଙ୍କ ଗସ୍ତ ସ୍ଥଗିତ ହୋଇଥିବା ଜଣାପଡ଼ିଛି ।  ଆସନ୍ତାକାଲି ଶନିବାରରେ ଭୁବନେଶ୍ବର ଆସିଥାଆନ୍ତେ ଅମିତ ଶାହ ।  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଶାହ ।

ସୂଚନାଯୋଗ୍ୟ ଯେ,  ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଗସ୍ତରେ ଆସିଥାଆନ୍ତେ କେନ୍ଦ୍ର ଗୃହ ମନ୍ତ୍ରୀ ।  ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସାମିଲ ହୋଇଥାଆନ୍ତେ ।  ଭିସି ମାଧ୍ୟମରେ ଅମିତ ଶାହ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।

ସେହି ବୈଠକରେ ସବୁ ସହ-ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀ, ସଙ୍ଗଠନ ମହାମନ୍ତ୍ରୀ, ରାଜ୍ୟର ସଭାପତି, ,ପ୍ରଭାରୀ, ମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଥିଲା ।

nis-ad
Leave A Reply

Your email address will not be published.