ନିର୍ବାଚନରେ ବାଲଟ ପେପର ଆସିଲେ ବିଜେଡି କରିବ ସମର୍ଥନ- ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୨୬।୧୨ : ବିଜେଡି ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସରେ ସାମିଲ ହୋଇ ସୁପ୍ରିମୋ କହିଛନ୍ତି ଯେ, ମୁଁ ଖୁସି ଯେ ଆଜି ବିଜେଡିକୁ ୨୭ ପୁରି ୨୮ ଚାଲିଲା। ଲୋକଙ୍କ ଠାରୁ ଆମେ ବହୁତ ଶୁଭେଚ୍ଛା ପାଇଛୁ ।

ସେହିପରି EVM ଚଞ୍ଚକତା ନେଇ ନବୀନ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ପୁଣି ଥରେ ବାଲଟ ବ୍ୟବସ୍ଥା ଫେରିଲେ ବିଜେଡି ଏହାକୁ ସମର୍ଥନ କରିବ । ଏକଥା ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । EVM ବ୍ୟବସ୍ଥାରେ ଆସୁଥିବା ଅସଙ୍ଗତିକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ ନବୀନ ବାଲଟ ପେପର ଭୋଟିଂ ବ୍ୟବସ୍ଥାକୁ ସମର୍ଥନ ଜଣାଇଛନ୍ତି । ନବୀନ ଏକଥା ବି କହିଛନ୍ତି ଯେ, EVM ବ୍ୟବସ୍ଥାରେ ହେଉଥିବା ନିର୍ବାଚନୀ ପ୍ରକ୍ରିୟାକୁ ନେଇ ବିଜେପି କାହିଁକି ଏତେ ଉତ୍ସାହିତ ତାହା ଜଣାପଡିନି । ଯେତେ ବେଳେ EVMକୁ ନେଇ କିଛି ବି ଅଭିଯୋଗ ଆସୁଛି ବିଜେପି ନେତା ମାନେ ଠାକୁର ଘରେ କିଏ ନାଁ କଦଳୀ ଖାଇନି ଭଳି ପ୍ରଦର୍ଶିତ କରୁଛନ୍ତି । ତେବେ ନିର୍ବାଚନ ପ୍ରକ୍ରିୟାରେ ଆସୁଥିବା ଅସଙ୍ଗତି ଉପରେ ନିର୍ବାଚନ କମିଶନ ଭଲ ଭାବେ ତଦାରଖ କରି ବ୍ୟବସ୍ଥା ସୁଧାରିବା ଉଚିତ୍ ବୋଲି କହିଛନ୍ତି ନବୀନ। ଏନେଇ ଦଳ ପକ୍ଷରୁ ଦିଲ୍ଲୀରେ ନିର୍ବାଚନ କମିଶନକୁ ଭେଟି ଅବଗତ କରାଯାଇଥିବା ଉପରେ ଏଭଳି ମତ ରଖିଛନ୍ତି ବିଜେଡି ସଭାପତି । ତେବେ ଏକ ଦେଶ ଏକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ସମର୍ଥନ କରିବ କି ନାହିଁ ପ୍ରସଙ୍ଗରେ ନବୀନ କହିଛନ୍ତି ଯେ ପରେ ଏନେଇ ବିଚାର କରିବ ଦଳ ।

nis-ad
Leave A Reply

Your email address will not be published.