ରୋଜଭ୍ୟାଲି ମୁଖ୍ୟ ଗୌତମଙ୍କ ଜାମିନ ଆବେଦନ ଖାରଜ

କଟକ ୨୪/୧୨: ରୋଜ ଭ୍ୟାଲି ଚିଟ୍‌ଫଣ୍ଡ ମାମଲା । ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଜାମିନ ଆବେଦନ ଖାରଜ । ଦ୍ବିତୀୟ ଥର ପାଇଁ ହାଇକୋର୍ଟରେ ଗୌତମଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । 

ଚିଟ୍‌ଫଣ୍ଡ ଦୁର୍ନୀତି ଅଭିଯୋଗରେ ୨୦୧୫ରେ ସିବିଆଇ ଗୌତମଙ୍କୁ କୋଲ୍‌କାତାରୁ ଗିରଫ କରିଥିଲା । ୫ ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରିଥିଲା ସିବିଆଇ । ସେହି ଦିନ ଠାରୁ ୯ ବର୍ଷ ଧରି ଜେଲ୍‌ରେ ଅଛନ୍ତି ଗୌତମ। ତାଙ୍କ ନାଁରେ ୧୨ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ରହିଛି । ଗୌତମଙ୍କ ସହ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା । 

nis-ad
Leave A Reply

Your email address will not be published.