ଭୁବନେଶ୍ବର : ଅଦିନିଆ ବର୍ଷାକୁ ନେଇ ସତର୍କ କରିଛନ୍ତି ଆଇ ଏମ ଡି ଡ଼ିଜି। ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ। ବଙ୍ଗୋପସାଗରରେ ଥିବା ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ବର୍ଷା ହେବ।
ତେଣେ ୨୪ ଓ ୨୫ ରେ ବର୍ଷା ନେଇ ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ଓଡ଼ିଶାରେ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି , କୋରାପୁଟ,ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା ଗଞ୍ଜାମ,ଗଜପତି,ରାୟଗଡ଼ା,ପୁରୀ,କଟକ, ଜଗତସିଂହପୁର, ମାଲକାନାଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୫ ତାରିଖରେ ବର୍ଷାର ପରିମାଣ କମିବ। ହାଲୁକା ବର୍ଷା ଉପକୂଳ ଓଡ଼ିଶାରେ ଅର୍ଥାତ୍ ଗଞ୍ଜାମ , ଗଜପତି ରେ ହେବା ସମ୍ଭାବନା। ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.