ଜାନୁଆରୀ ୧୮ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା

ଭୁବନେଶ୍ଵର: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ।

ହୀରାକୁଦରେ ଆବଶ୍ୟକ ଖାଦ୍ୟ ମହଜୁଦ ସାଙ୍ଗକୁ ଉପଯୁକ୍ତ ପରିବେଶ ମିଳୁଥିବାରୁ ଦିନକୁ ଦିନ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତବର୍ଷ ହୀରାକୁଦକୁ ୧୧୨ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିଲେ ।

ତେବେ ପକ୍ଷୀ ଗଣନା ପକ୍ରିୟା ୧୬ ତାରିଖରୁ ଆରମ୍ଭ ହେବ । ଏଥର ସାରା ରାଜ୍ୟରେ ଗୋଟିଏ ଦିନରେ ହେବ ପକ୍ଷୀ ଗଣନା । ଏହି ଗଣନାରେ ଫ୍ଲେମିଂଗୋର ଟ୍ରାକିଂ କରାଯିବ । ଚିଲିକା, ଭିତରକନିକା, ହୀରାକୁଦ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଂ ରିଙ୍ଗ ଲଗାଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ କି ବିଦେଶରୁ ଆସୁଥିବା ପାଖି ମାନଙ୍କ ଉପରେ ନଜର ରଖାଯାଇପାରିବ । ତେବେ ପକ୍ଷୀଙ୍କ ଗୋଡରେ ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି, ତାହା ସହଜରେ ଅନୁଧ୍ୟାନ କରିହେବ ।

ଚିଲିକା ହ୍ରଦର ଚତୁପାର୍ଶ୍ଵରେ ଥିବା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଆଦି ଅଞ୍ଚଳରେ ଥିବା ଜଳାଶୟକୁ ବିଦେଶୀ ପକ୍ଷୀ ଆସିଥାନ୍ତି । ପ୍ରତି ଜଳାଶୟରେ ଗୋଟିଏରୁ ଦୁଇଟି ଫ୍ଲେମିଙ୍ଗୋଙ୍କ ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍ ଲଗାଇବାକୁ ଯୋଜନା କରିଛି ବନ ବିଭାଗ ।

ସୂଚନାଯୋଗ୍ୟ, ରିପୋର୍ଟ ଅନୁସାରେ ଗତ ନଭେମ୍ବର ଶେଷ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇସାରିଛି । ସେଥିରୁ କେବଳ ଚିଲିକାର ନଳବଣରେ ୨ ଲକ୍ଷ ୧୭ ହଜାର ୧୭୦ଟି ବିଦେଶାଗତ ପକ୍ଷୀଙ୍କ ଆଗମନ ଆକଳନ କରାଯାଇଛି ।

nis-ad
Leave A Reply

Your email address will not be published.