ଆଳି: ଡକାୟତି ଘଟଣାରେ ୭ ଗ୍ୟାଙ୍ଗ ଗିରଫ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗରଖ ଗାଁର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଗହଣା, ନଗଦଟଙ୍କା,ଜବତ କରିଛି ଆଳି ପୋଲିସ । ଲୁଟ୍ ରେ ବ୍ୟବହୃତ ହୋଇଥିବା ବନ୍ଧୁକ, କଟୁରି, ବାଇକ ଓ ୬ଟି ମୋବାଇଲ ମଧ୍ୟ କରାଯାଇଛି । ଗିରଫ ଡକାୟତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ମାମଲା ରହିଛି।
ଗତ ୫ ତାରିଖରେ ଆଳି ଅଙ୍ଗାରଖ ଗାଁର ପ୍ରଭାକର ପ୍ରଧାନଙ୍କ ଘରେ ଡକାୟତମାନେ ପଶି ତାଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରି ଲୁଟି ନେଇଥିଲେ ଟଙ୍କା ଅଳଙ୍କାର । ଶ୍ବଶୁର ଓ ବୋହୂଙ୍କୁ ଭୂଜାଲି ମାଡ଼ କରିଥିଲେ ରାତି । ସେଦିନ ରାତି ପ୍ରାୟ ୮ଟା ସମୟରେ ଗାଁର ପ୍ରଭାକର ପ୍ରଧାନଙ୍କ ଘର ଭିତରକୁ କିଛି ମୁୁଖାପିନ୍ଧା ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଘର ଭିତରକୁ ପଶି ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ପ୍ରଭାକର ପ୍ରଧାନ ଓ ତାଙ୍କ ବୋହୂଙ୍କୁ ଭୁଜାଲିରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଘରେ ଥିବା ଗଡ୍ରେଜ୍ ଲକର ଭାଙ୍ଗି ନଗଦ ଟଙ୍କା ଓ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଖବର ପାଇ ଆଳି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।