ଭୁବନେଶ୍ଵର : ହାଇକୋର୍ଟରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା । ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି କୋର୍ଟଙ୍କୁ ଜଣାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଚିଠି ଯଦି ନକଲି ତେବେ ସତ୍ୟପାଠ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଛେଦ ରୋକିବା ପାଇଁ ବୈକୁଣ୍ଠ ଧାମ ଆଶ୍ରମ ପକ୍ଷରୁ ଚିଠି ପୂର୍ବରୁ ହାଇକୋର୍ଟରେ ଦାଖଲ ହୋଇଥିଲା । ଏହି ଆଧାରରେ ଉଚ୍ଛେଦ ଉପରେ କଟକଣା ଲାଗିଥିଲା । ତେବେ ଅନୁମତି ପତ୍ର ନକଲି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ କୋର୍ଟଙ୍କୁ ଜଣାଇବା ପରେ ହାଇକୋର୍ଟ ଏହା ଉପରେ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୩ ତାରିଖରେ ହେବ ।
Sign in
Sign in
Recover your password.
A password will be e-mailed to you.