ଓଡିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ, ଜୈବିକ ଚାଷକୁ ଦିଆଯିବ ଗୁରୁତ୍ୱ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ନୂଆ କୃଷି ନୀତି ସହ ଜୈବିକ କୃଷିକୁ ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର । ଏଥିପାଇଁ ଡେଡିକେଟେଡ୍ କାର୍ଗୋ ଫ୍ଲାଇଟ୍ ବ୍ୟବହାର ହେବା ଦରକାର । ଯେଉଁଥି ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ କୃଷି ନୀତି । “ଆଡଭାସିଂ ଇନକ୍ଲୁସିଭ ଏଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ ଇନ୍ ଓଡ଼ିଶା” ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଏହା ମଧ୍ୟ କହିଛନ୍ତି ଯେ, ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଦ୍ଵାରା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ତେଣୁ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଜୈବିକ କୃଷି ପ୍ରତି ଚାଷୀ ମାନଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ । ଚାଷୀଙ୍କୁ ନିରନ୍ତର ଜଳସେଚନ ସୁବିଧା ଯୋଗାଇ ଦେଲେ ସେମାନଙ୍କ ଉତ୍ପାଦନ ବଢ଼ିବା ସହ ଆୟ ବୃଦ୍ଧି ପାଇବ । ଏହାଦ୍ବାରା ଦାଦନ ସମସ୍ୟା ମଧ୍ୟ ଦୂର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ସରକାର ଗାଈ, ଛେଳି, କୁକୁଡ଼ା ଆଦି ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ତେବେ ଚାଷୀଙ୍କୁ ପଶୁ ସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ସଚେତନ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ କୃଷି ସମ୍ବନ୍ଧିତ ସବୁ ବିଭାଗର ମିଳିତ ଉଦ୍ୟମରେ ନୂଆ କୃଷି ନୀତି ଆଣିବେ ସରକାର ।

nis-ad
Leave A Reply

Your email address will not be published.