*ସରକାରୀ ନିୟମ କୁ ଗୁତାଧାରୀ ଙ୍କ ଫୁ..!! ବାବୁ ମାନେ ଜଣେ ଜଣେ କୁବେର…
କାହା ନିର୍ଦେଶ ଓ ଆଶୀର୍ବାଦ ରେ ଏହି ବାଲି ଘାଟ..??
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗମନା ଗମନ ର ମୁଖ୍ୟ ଛକ ଆସିକା, ଯାହାକି ବିଜୁପଟ୍ଟନାୟକ ଛକ ଏହି ଛକରେ ଧର୍ମକୁ ଆଖି ଠାର ଭଳି ପ୍ରଶାସନ ପକ୍ଷରୁ ସିସି କେମେରା ଲଗାଯାଇଛି କହିଲେ କିଛି ଭୁଲ ହେବ ନାହିଁ । ଏହା ନିକଟରେ ଥିବା ବଡ଼ ନଦୀ ପଠାରୁ ନରସିଂହ ପଲ୍ଲୀ ବାଲି ଘାଟ ରୁ ଯେଉଁ ପରିଣାମ ର ନିର୍ଦ୍ଧାରିତ ହୋଇଥିବା ବାଲି କାଢ଼ିବା ସିଏମ ପାଇଁ ଧାର୍ଯ୍ୟ ହୋଇଛି, ତାଠାରୁ ହଜାରେ ଗୁଣ ଅଧିକ ବାଲି ଜେସିବି ସାହାଯ୍ୟରେ କଢ଼ା ଯାଉଥିବା ଅଭିଯୋଗ ହେଉଛି।ହେଲେ ଲିଜ ଧାରୀଙ୍କୁ ଯେଉଁ ଅଞ୍ଚଳ ରୁ ବାଲି କାଢ଼ିବା ପାଇଁ ନିର୍ଦ୍ଧାରିତ ହୋଇଛି ସେହି ସ୍ଥାନରୁ ବାଲି ଉଠାଣ ନକରି ଅନ୍ୟ ସ୍ଥାନରୁ ହଜାରେ ଗୁଣ ଅଧିକ ବାଲି ଦିନ ଦିପହରେ ନେଉଥିବା ଚର୍ଚ୍ଚା ହେଉଛି। ଏବଂ ସରକାରୀ ନୀତି ନିୟମ କୁ ଫୁ କରି ବାଲି ଚାଲାଣ ହେଉଛି, ଦାୟିତ୍ୱ ରେ ଥିବା ପ୍ରଶାସନ ବାବୁ ମାନେ ସମ୍ପୂର୍ଣ ଭୃତରାଷ୍ଟ ପାଲୋଟି ଯାଇଛନ୍ତି ମୋଟା ଅଙ୍କର ବଟି ନେଇ ସିସି କେମେରା ଲାଗିଥିଲେ ବି ଯେଉଁ ମାତ୍ରାଧିକ ଭାବେ ବାଲି ଚାଲାଣ ହେଉଛି ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବ କାହିଁକି..?। ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସେ ସ୍ଥାନକୁ ଚଢ଼ାଉ ନାଁ ରେ ଯାଇ ଖାଲି ହାତରେ ଫେରୁଥିବା ନଜିର ମଧ୍ୟ ରହିଛି। ସୂଚନା ଥାଉକି ଏହି ବାଲି ଘାଟକୁ ସ୍ୱଳ୍ପ ପରିମାଣର ରାଜସ୍ୱ ସରକାର ଖାତାକୁ ଯାଉଥିବା ବେଳେ ବାବୁ, ନେତା ଙ୍କ ପକେଟ କୁ ଲକ୍ଷ ଲକ୍ଷ ଟଙ୍କା ଯାଉଥିବା ଆଲୋଚନା ହେଉଛି। ନରସିଂହ ପଲ୍ଲୀ ବାଲି ଘାଟ ଏବେ ଲିଜଧାରୀ ଓ ବାବୁ ମାନଙ୍କ ପାଇଁ ପୁଷ ମାସ ପାଲଟିଛି। ଏହି ଘାଟକୁ ସାଇରେନ ଦେଇ ବାବୁ ମାନେ ଯାଉଛନ୍ତି, ଏବଂ ହସ ହସ ମୁହଁରେ ଫେରୁଛନ୍ତି। ସାବୁ ସାଇଲେନ୍ସନ ପ୍ଲିଜର କମାଲ ବୋଲି ଲୋକେ କହୁଛନ୍ତି। କାହା ନିର୍ଦେଶ ଓ ଆଶୀର୍ବାଦ ରେ ଏହି ବାଲି ଘାଟ..??ଚାଲିଛି ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି l ବାଲୁ ଘାଟ ପାଇଁ ସରକାରୀ ନିୟମ କଡ଼ା କଡ଼ି ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହା ସମ୍ପୂର୍ଣ ବିଫଳ l ଜିଲ୍ଲାରେ ଥିବା ବାଲି ମାଫିଆ ମାନଙ୍କ ଆଶ୍ରିବାଦ ରୁ ବାବୁ ମାନେ ଜଣେ ଜଣେ କୁବେର ପାଲୋଟି ଗଲେଣି l ଜିଲ୍ଲା ମୁଖ୍ୟ ବର୍ତ୍ତମାନ ସମ୍ପୂର୍ଣ ନିରବ ଜିଲ୍ଲାର ଜିଲ୍ଲାପାଳ ଅଛନ୍ତି କି ନାହିଁ ତାହାବି ଏବେ ଆଲୋଚନା ହେଲାଣି, ଲୋକେ ଅଭିଯୋଗ କରିବେ କାହାକୁ ବୋଲି ଏବେ ପ୍ରଶ୍ନ ଉଠୁଛି l ଜିଲ୍ଲାରେ କେବଳ ବାଲି ନୁହଁ ମଦ ଏବଂ ଜମି ମାଫିଆ ମାନଙ୍କ ରାଜ ଚାଲିଛି କହିଲେ କିଛିବି ଭୁଲ ହେବ ନାହିଁ l ସୂଚନା ଥାଉକି ବାଲୁ ଘାଟ କୁ ନେଇ ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି ଯେଉଁଥିରେ ବନ ବିଭାଗ, ତହସିଲଦାର ଏବଂ ପୋଲିସ ପ୍ରଶାସନ ଜଡିତ କାରଣ ଚୋରା ବାଲି ଚାଲାଣ କୁ ରୋକିବା ମୁଖ୍ୟ ଉଦେଶ୍ୟ କିନ୍ତୁ ଗଞ୍ଜାମ ଜିଲ୍ଲାର ଏହି ତିନି ବିଭାଗ କୋମାରେ ମନେ ହୁଏ ବାବୁ ମାନେ ଏବଂ ବାଲି ମାଫିଆ ଙ୍କ ମଧ୍ୟରେ ମାସିକିଆ କିଛି ଫିକ୍ସଙ୍ଗ ହୋଇଛି ତେଣୁ ସବୁ କିଛି ସୁରୁଖୁରୁରେ ଚାଲିଛି ବୋଲି ଚର୍ଚ୍ଚା ହେଉଛି l ତେଣୁ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ଗଞ୍ଜାମ ଜିଲ୍ଲା କୁ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ସରକାରୀ ରାଜସ୍ବ ବାଟମାରଣା ବଞ୍ଚିତ ହେବା ସହିତ ସିବିଆଇ ଏବଂ ଇ. ଡି ଦ୍ଵାରା ତଦନ୍ତ ହେଲେ କେବଳ ବାଲି ମାଫିଆ ନୁହଁ ସରକାରୀ ବାବୁ ମାନଙ୍କ ଅସଲି ମୁଖା ଖୋଲି ଯିବ ବୋଲି ସାଧାରଣ ରେ ଅଭିଯୋଗ ହେଉଛି.. I