ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ସ୍ଵାସ୍ଥ କେନ୍ଦ୍ର ପ୍ରଗଣାରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଅନ୍ନଦାତା ମହୋତ୍ସବ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ କୁ ବ୍ୟାଙ୍କ ଅଧିକାରୀ ଶ୍ରୀ ସବ୍ୟସାଚୀ ମେହରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ କୁ ଆୟୋଜକ କରିଥିଲେ କ୍ଷେତ୍ର ଅଧିକାରୀ ବା କୃଷି ଏଜେଣ୍ଟ ଶ୍ରୀ ଶୁଭମ ନନ୍ଦ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କୁଆଁରମୁଣ୍ଡା ବ୍ଲକ ଅଧକ୍ଷା ଶ୍ରୀମତୀ ଜ୍ୟୋତି କେରକେଟ୍ଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ବ୍ୟାଙ୍କ ଅଧିକାରୀ ସ୍ୱାଗତ କରିଥିଲେ । ଏବଂ ରାଏବଗା ଥାନା ଏ ଏସ ଆଇ ସୁରେଶ ଚନ୍ଦ୍ର ସାମଲ, ରାଏବଗା ପ୍ରାଣୀ ଚିକିତ୍ସା ଡାକ୍ତର ସଭ୍ୟ ରାନୀ ମାଝୀ, ପ୍ରତାପପୁର ପଞ୍ଚାୟତ ସରପଞ୍ଚ ଆଗାଥା ତାନୀ, ରାଉରକେଲା ସେକ୍ଟର ୫ ଆର ବି ଓ ଧ୍ୟାନଚନ୍ଦ ମହାମଲ୍ଲୀକ, ଡ଼ଙ୍ଗାବନ୍ଦ ଅଞ୍ଚଳର ସମାଜ ସେବି ଦଶରଥ ବାଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ତାରାମଣୀ ଟୁଡୁଆର । ସର୍ବ ପ୍ରଥମେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଶୁଭ ଆରମ୍ଭ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଏସ ଏଚ ଜି ଗୁରୁପ ର ସତାଧିକ ମହିଳା ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସୁଫଳ କରିଥିଲେ । ବ୍ୟାଙ୍କ ଅଧିକାରୀ ଏହି ଅବସରରେ କୃଷକଙ୍କ ସହିତ ବିଭିନ୍ନ ଋଣ ବିଷୟରେ ଆଲଚନା କରିଥିଲେ । ଚାଷୀମାନେ ଚାଷ କରିବା ପାଇଁ କେମିତି ସୁବିଧାରେ ବ୍ୟାଙ୍କ ରୁ ଋଣ ନେଇଁ ଚାଷ କରିପାରିବେ ବୁଝାଇ କହିଥିଲେ । ଆଜି ଏହି ମୁହୁର୍ତରେ କିଛି ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଯେପରିକି ଭୁଲୁ ସାହୁ, ନନ୍ଦକିଶୋର ପ୍ରଶାଦ, ବସନ୍ତ ବଡାଇକ, ବେଞ୍ଜାମିନ ଏକ୍କା, ସୁନୀଲ କୁମାର ପ୍ରଧାନ, ସନ୍ତୋଷ ତୀର୍କି, ଶାନ୍ତି କୁଜୁର, ଆଶ୍ରିତା ମାଝୀ ଓ ସବିତା ଷଣ୍ଢଙ୍କୁ ସମ୍ମାନିତ କରାଯାଇଥିଲା । ରାଏବଗା ଷ୍ଟେଟ ବ୍ୟାଙ୍କର ସମସ୍ତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଶେଷ ଭାଷଣ ରେ ବ୍ୟାଙ୍କ ଅଧିକାରୀ ଶବ୍ୟାସାଚୀ ମେହର ଧନ୍ୟଵାତ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.