ଜାନୁଆରୀ ୧୮ରେ ପକ୍ଷୀ ଗଣନା । ୧୬ରୁ ଆରମ୍ଭ ହେବ ପକ୍ଷୀ ଗଣନା ପ୍ରକ୍ରିୟା । ଚଳିତ ବର୍ଷ ସାରା ରାଜ୍ୟରେ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା କରାଯିବ । ଏଥର ଗଣନାରେ ଫ୍ଲେମିଙ୍ଗୋର ଟ୍ରାକିଂ କରାଯିବ । ସେଥିପାଇଁ ୧୦ଟି ଫ୍ଲେମିଙ୍ଗୋର ଗୋଡରେ ଲଗାଯିବ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ । ସେମାନେ ସାଇବେରିଆରୁ ନା କେଉଁଠୁ ଆସୁଛନ୍ତି ସେନେଇ ଅନୁଧ୍ୟାନ କରାଯିବ ।
ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି ।