କଟନିଛଟନି ବନ୍ଦ ନ ହେଲେ କାର୍ଯ୍ୟାନୁଷ୍ଠାନ : ଯୋଗାଣ ମନ୍ତ୍ରୀ

କଟନିଛଟନି ବନ୍ଦ ନ ହେଲେ କାର୍ଯ୍ୟାନୁଷ୍ଠାନ ।  ଧାନମଣ୍ଡିରେ କଟନିଛଟନି ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟନିଛଟନି ବନ୍ଦ ନ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।  ଧାନମଣ୍ଡିରେ ଚଳିବନି ଦଲାଲ ରାଜ ।  ଦଲାଲମାନଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

ଯେଉଁ ଅଫିସର ଦଲାଲଙ୍କୁ ସହାୟତା କରିବେ, ତାଙ୍କ ଉପରେ ବି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ନୂଆପଡାରେ ଦଲାଲଙ୍କୁ ସହଯୋଗ କରୁଥିବା ଜଣେ ଅଫିସରଙ୍କୁ ଗତକାଲି ନିଲମ୍ବିତ କରାଯାଇଛି । ବିଭାଗକୁ ଦୁର୍ନୀତିମୁକ୍ତ କରାଯିବା ସହ ସମ୍ପୁର୍ଣ୍ଣ ସ୍ବଚ୍ଛ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.