ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

NGRI ରିପୋର୍ଟ ଆଧାରରେ ଚାଲିଛି ରତ୍ନଭଣ୍ଡାର ମରାମତି ।  ଗତକାଲି ମହାସ୍ନାନ ପାଇଁ ଆଜି ମରାମତି ପାଇଁ କମ୍ ସମୟ ମିଳିପାରେ।  ପରିଚୟପତ୍ର ପ୍ରଦାନ କରାଯାଇଛି ମରାମତି ସମୟରେ ଯେଉଁମାନେ ଉପସ୍ଥିତ ରହିବେ। ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ ବୋଲି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଆନନ୍ଦବଜାରରେ ଶୃଙ୍ଖଳା ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ।  ଏନେଇ ଏକ କମିଟି ଗଠନ ହୋଇଛି ।  ପୂର୍ବରୁ ଆନନ୍ଦବଜାର ଶୃଙ୍ଖଳା ପାଇଁ ସେନା ନିବୃତ କର୍ମଚାରୀ ଗଠନ କରାଯାଇଛି । ଆହୁରି ଶୃଙ୍ଖଳା ଆସିବ ଆଶା।  ନାଟମଣ୍ଡପରେ ନୂତନ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ।  ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ।

ନୂଆବର୍ଷରୁ ନୂତନ ଦର୍ଶନ ବ୍ୟବସ୍ଥା ହେବ। ପୁରୁଷ,ମହିଳା,ମାନଙ୍କ ପାଇଁ ସ୍ୱତନ୍ତ୍ର ନୂଆ ଦର୍ଶନ ବ୍ୟବସ୍ଥା ନୂଆବର୍ଷରୁ ଆରମ୍ଭ ।  ସ୍ୱତନ୍ତ୍ର ବ୍ୟାରିକେଡ୍ ଯୋଗେ ନୂଆବର୍ଷରୁ ନୂଆ ଦର୍ଶନ। ଶ୍ରୀମନ୍ଦିର ଭିତରେ ଥାଳି ପଡିବା ପ୍ରସଙ୍ଗ। ଥାଳି ପଡିବା ବେଆଇନ୍। ଆଗାମୀ ଦିନରେ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ପର୍ଯ୍ୟାପ୍ତ ହୁଣ୍ଡି ସ୍ଥାପନ ହେବ। ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

nis-ad
Leave A Reply

Your email address will not be published.