ବେଆଇନ ମାଛ ମାରୁଥିବା ବେଳେ ୧୧ ଗିରଫ

କେନ୍ଦ୍ରାପଡା : ବେଆଇନ ମାଛ ମାରୁଥିବା ବେଳେ ୧୧ ଗିରଫ ।  ୩ କ୍ବିଣ୍ଟାଲ ମାଛ ଜବତ ।  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗଭୀର ସମୁଦ୍ର ଏକକୂଳିଆରେ ବେଆଇନ ମାଛ ଧରୁଥିବା ସମୟରେ ଚଢାଉ କଲା ଶାସନୀପେଟା ବନବିଭାଗ ।  ମା’ ସୁନା ତାରିଣୀ-୯ ନାମକ ବୋଟ ଉପରେ ଚଢାଉ କରି ୧୧ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ନିକଟରୁ ଜାଲ,ଓ୍ବାକିଟକି,ମୋବାଇଲ ସହ ୩ କ୍ବିଣ୍ଟାଲ ମାଛ ଜବତ କରିଛି ବନବିଭାଗ ।  ଗିରଫ ସମସ୍ତ ମତ୍ସ୍ୟଜୀବୀ ଓ ବୋଟ ବାଲେଶ୍ବର ଅଞ୍ଚଳର ବୋଲି ସୂଚନା ଦେଲେ ବନଖଣ୍ଡ ଅଧିକାରୀ ।

nis-ad
Leave A Reply

Your email address will not be published.