ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏବାଗା ଥାନା ଅଧିନସ୍ଥ ସଳଙ୍ଗାବାହାଲ ଠାରୁ ବିହାର ବଡର ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା ରେ କାଯ୍ୟକରୁଥିବା ଶ୍ରମିକ ମାନଙ୍କୁ ୫ ମାସ ହେଲାଣି ଆଜି ପଯ୍ୟନ୍ତ ବକେୟା ଅର୍ଥ ପ୍ରଦାନ କରାଯାଇ ନାହିଁ ! ଏହାକୁ ନେଇ ତୀବ୍ର ବିରୋଧ ଓ ଅଭିଯୋଗ କରିଛନ୍ତି ଶ୍ରମିକ ମାନେ ! ଶ୍ରମିକ ମାନେ ନିଜ ନିଜ ଘରକୁ ଛାଡ଼ି ଆସି ଫେବୁଆରି ମାସରୁ କାର୍ଯ୍ୟରତ ଅଛନ୍ତି ! ଏହି ଶ୍ରମିକ ମାନଙ୍କୁ କାର୍ଯ୍ୟ କରାଇ ତାଙ୍କର ଅର୍ଥ ଦେଉନାହାନ୍ତି ଠିକେଦାର ଓ ମୁନସୀ ! ବାରମ୍ବାର ଅଭିଯୋଗ କରିଲେ ଗୋଟିଏ ମାସର ଦରମା ଦେଇଥାନ୍ତି ଏବଂ ବାକି ଦରମା କିଛି ଦିନ ପରେ ଦେବୀକହି ଚୁପ ରହିଥାନ୍ତି ! ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ବି ଚୁପ ଅଛନ୍ତି l ଏପଟେ ରାଜ୍ୟ ମନ୍ତ୍ରୀ ଠିକାଦାର ମାନଙ୍କ ଉପରେ କଡ଼ା ପଦକ୍ଷେପ ନିଆ ଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଯଦି ନିର୍ଧାରିତ ସମୟ ଭିତରେ କାମ ନସରାନ୍ତି l ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଗରିବ ଅସହାୟ ଖଟି ଖିଆ ଶ୍ରମିକ ମାନଙ୍କୁ କେବେ ତାଙ୍କର ବକେୟା ରାଶି ତଥା ପାରିଶ୍ରମିକ ମିଳିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବେଶ ଧରିଛି !
Sign in
Sign in
Recover your password.
A password will be e-mailed to you.