ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର

ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର ।  ଏବେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାରଙ୍କ ଶେଷ ସୁଯୋଗ ।  E kyc ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ ।  ଏ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ।

ଏବେ ଗାଁ ରେ ଯାଞ୍ଚ ଚାଲିଛି । ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ଵାୟ ମେଟ୍ରିକରେE kyc କରିବାକୁ ପରାମର୍ଶ ଦେଲେ ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ସମ୍ଭାବନା ରହିଛି ବ୍ଲକ ଅଫିସ,ଅଙ୍ଗନୱାଡି ସରପଞ୍ଚଙ୍କୁ ଅଭିଯୋଗ ସମ୍ପର୍କରେ ଅବଗତ କରନ୍ତୁ । ଟଙ୍କା ପାଇନଥିଲେ ପୋର୍ଟାଲ ରେ ଅଭିଯୋଗ କରନ୍ତୁ ।

ସୂଚନା ଅନୁସାରେ ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସୁଭଦ୍ରା ଯୋଜନା ସେମାନଙ୍କ ଦ୍ୱନ୍ଦ ଦୂର କରିଥିଲେ ଉପ-ମୁଖ୍ୟମନ୍ତ୍ରୀ  । ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ କଲ । ଯେଉଁମାନଙ୍କର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ ।  ବ୍ଲକ ସ୍ତରରେ ଯାଞ୍ଚ ହେବ ସୁଭଦ୍ରା ଫର୍ମ । ଅଙ୍ଗନୱାଡି କର୍ମୀମାନେ ପୁଣି ଘରକୁ ଘର ଯିବେ ।  ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ସୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ ଟଙ୍କା ।

ସମସ୍ତଙ୍କ ପାଖେ ସୁଭଦ୍ରା ପହଂଚିବ ।  ଆଜି ଯାଏଁ କୋଟିଏ ୬୦ ହଜାର ଆବେଦନ ହେଲାଣି ।  କୋଟିଏରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦିଆଯିବ । ବଜେଟର କମି ନାହିଁ । ଶେଷ ହିତାଧିକାରୀ ଚୟନ ଯାଏଁ ବାଛିବା ଚାଲିବ ଓ ଦେବା ବି ଚାଲିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।

nis-ad
Leave A Reply

Your email address will not be published.