ଆସିକା : ରାଜ୍ୟ ଭାରତ ସ୍କାଉଟ ଏଣ୍ଡ ଗାଇଡ଼ ନିର୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱବଧାନରେ ଆଙ୍କୁଶପୁର ତକ୍ଷଶିଳା ରେସିଡେନ୍ସିଆଲ ସ୍କୁଲ ଠାରେ ଅନୁଷ୍ଠିତ ତିନି ଦିନ ବ୍ୟାପି ୩୦ତମ ଜିଲ୍ଲା କେମ୍ପୋରୀ ବନ୍ଧନ ଆଜି ଉଦଯାପିତ ହୋଇଯାଇଛି। ଗତ ୯ତାରିଖ ଠାରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୨୮୯ଜଣ ସ୍କାଉଟ ୧୮୫ ଜଣ ଗାଇଡ଼ ୧୫୦ଜଣ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ଙ୍କୁ ନେଇ ଅନୁଷ୍ଠିତ ଏହି କ୍ୟାମ୍ପରୀରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମୁଖ୍ୟ କମିସନର ତଥା ଭାରତ ସ୍କାଉଟ ଓ ଗାଇଡ଼ ଜାତୀୟ ଉପସଭାପତି ଡ଼ କାଳି ପ୍ରସାଦ ମିଶ୍ର କ୍ୟାମ୍ପରୀକୁ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥିଭାବେ ରାଜ୍ୟ ଗାଇଡ଼ ତାଲିମ କମିଶନର ଅନାମିକା ଦାସ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ ଜିଲ୍ଲା ସମ୍ପାଦକ ଭାଗିରଥି ସ୍ୱାଇଁ, ତାକ୍ଷଶୀଳା ରେସିଡେନ୍ସଇଆଲ ସ୍କୁଲ ନିର୍ଦେଶକ ରବି ଶଙ୍କର ଚୌଧୁରୀ,ଜିଲ୍ଲା ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ ପ୍ରିନ୍ସପାଲ କେ. ନାଗେଶ୍ୱର ପ୍ରମୁଖ ଉପସ୍ଥିତ ରହି ସ୍କାଉଟ ଓ ଗାଇଡ଼ ପତାକା ଉତ୍ତୋଳନ କରି କ୍ୟାମ୍ପ ଆରମ୍ଭ କରିଥିଲେ।
ଉପସ୍ଥିତ ଅତିଥି ମାନେ ସ୍କାଉଟ ଏବଂ ଗାଇଡ଼ ମାନେ ଦ୍ୱାରା ରାଜ୍ୟରେ ବିଭିନ୍ନ ପରିସ୍ଥିତିରେ ନିଜକୁ ଖାପ ଖୁଆଇ କିପରି ଭାବେ କାର୍ଯ୍ୟ କରିଥାନ୍ତି ଓ ସମାଜରେ ଏମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କ୍ୟାମ୍ପରୀରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।ଏଥିରେ ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିରର ସ୍କାଉଟ ଓ ଗାଇଡ଼ ମାନେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଆସିକା ଅଞ୍ଚଳ ପାଇ ଗୌରବ ଆଣିଛନ୍ତି। ଏହାର ଉଦଯାପନୀରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପାସ ପ୍ରଧାନ ଶିକ୍ଷୟତ୍ରୀ ଡ଼ ପ୍ରଭାତୀ ମହାପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ଜିଲ୍ଲା ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ଚିତ୍ତରଞ୍ଜନ ପାଣ୍ଡେ,ତାକ୍ଷଶୀଳା ରେସିଡେନ୍ସଇଆଲ ସ୍କୁଲ ନିର୍ଦେଶକ ରବି ଶଙ୍କର ଚୌଧୁରୀ,ପ୍ରିନ୍ସପାଲ କେ. ନାଗେଶ୍ୱର ,ଜିଲ୍ଲା ସମ୍ପାଦକ ଭାଗିରଥି ସ୍ୱାଇଁ ଜିଲ୍ଲା ସହକାରୀ କମିଶନର ରାମହରୀ ସାହୁ,ଜିଲ୍ଲା ସଂଗଠନ କମିଶନର ସ୍କାଉଟ ଲଷ୍ମୀ ନାରାୟଣ ପଣ୍ଡା,ଜିଲ୍ଲା ତାଲିମ କମିଶନର ସ୍କାଉଟ ବିକ୍ରମ ମହାରଣା, ଜିଲ୍ଲା ତାଲିମ କମିଶନର ଗାଇଡ଼ ସ୍ୱପ୍ନାରାଣୀ ପାଣିଗ୍ରାହୀ,ରାଜେଶ ପାତ୍ର,ଭାନୁମତି ଜେନା, ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, କାଦମ୍ବିନୀ ହୋତା,ଲୀନାକୁମାରୀ ସ୍ୱାଇଁ,ଜୟକୃଷ୍ଣ ପାତ୍ର, ଜ୍ଞାନେନ୍ଦ୍ରସିଂ, ଘନଶ୍ୟାମ ସେଠି ପ୍ରମୁଖ ସହଯୋଗ କରିଥିଲେ।