ମାଓବାଦୀ ଲିଙ୍କ ଅଭିଯୋଗକୁ ଜାତୀୟ ଅନୁସନ୍ଧାନ କାରୀ ସଂସ୍ଥା (ଏନ ଆଇ ଏ)ପକ୍ଷରୁ ମାଲକାନଗିରି ଜିଲ୍ଲାରେ ରେଡ୍…

ମାଲକାନଗିରି : ମାଓ ଲିଙ୍କରେ ଅଭିଯୋଗ କ୍ରମେ ଜାତୀୟ ଅନୁସନ୍ଧାନ କାରୀ ସଂସ୍ଥା । (ଏନ ଆଇ ଏ)ପକ୍ଷରୁ ମାଲକାନଗିରି ରେ ରେଡ୍ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଆଜି ସକାଳୁ ଏନଆଇଏର ବଡ ଧରଣରେ ରେଡ୍ ହୋଇଛି । ମାଓବାଦୀ ଙ୍କ ସହ ଲିଙ୍କ ନେଇ ରେଡ୍ କରୁଥିବା ଖବର ମିଳିଛି ।ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁରେ ହାଇଦ୍ରାବାଦ ର ଏନ ଆଇ ଏ ଟିମ ବିଏସଏଫ ଓ ଟିଡିଏଫ ସହାୟତାରେ ମାଓବାଦୀ ସଂପୃକ୍ତି ଅଭିଯୋଗରେ ରେଡ କରିଛନ୍ତି ।ଘଟଣା କ୍ରମେ ଛତିଶଗଡ ସୁକୁମା ସହରରେ ୨ଟି ସ୍ଥାନରେ ଏନଆଇଏ ପକ୍ଷରୁ ରେଡ୍ କରାଯାଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଅନନ୍ତପାଲି ଗାଁରେ ଏନଆଇଏ ରେଡ କରିଛି । ସୁକମାରେ ହୋଇଥିବା ରେଡର ଲିଙ୍କ ଆଧାରରେ ଅନନ୍ତପାଲିରେ ରେଡ ହୋଇଛି । ଯାଞ୍ଚ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ।

nis-ad
Leave A Reply

Your email address will not be published.