ଫୁଲବାଣୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ( ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀ ଓ ସିଆରପିଫ ବାଲିଗୁଡା ର ମିଳିତ ଆନୁକୂଲ୍ୟ ରେ 16 ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଛନ୍ତି l ଏହି ଅବସରରେ ପିଏଆଇ ଟିଡିଏ ଫୁଲବାଣୀ ଠାରେ ଏକ ଆଲୋଚନା ଅନୁଷ୍ଠିତ ହୋଇ ଥିଲା l ମୁଖ୍ୟ ଅତିଥି ଭାବରେ ଅବସରର ଏମ୍ପଲୋମେଣ୍ଟ ଅଧିକାରୀ ପୁରୁଷୋତ୍ତମ ମହାପାତ୍ର ଯୋଗ ଦେ ଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପି ଏ ଆଇ ଟି ଡି ଏ ର ଅତିରିକ୍ତ ଅଧିକାରୀ ସରସ୍ବତୀ ଯାନୀ , ଏବଂ ମାଇ ଭାରତ (ନେହରୁ ଯୁବ କେନ୍ଦ୍ର ) ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ପାଇଁ ଫିରିଙ୍ଗିଆ ବ୍ଲକର ୪୦ ଜଣ ଭାଇ ଓ ଭଉଣୀ ମାନେ ଏବଂ ତୁମୁଡିବନ୍ଧ ବ୍ଲକ ର ୨୦ ଜଣ ଭାଇ ଓ ଭଉଣୀ ଯାତ୍ରା କରୁଛନ୍ତି l ଏସ କ ଟ ଭାଵରେ ୧୨୭ ସି ଆର ପିଫ ବାଲିଗୁଡାର କେ ଶ୍ରୀନିବାସ ସଲୁ ,ସବିତା ମିଶ୍ର, କହତ ବିଶ୍ୱାସ, ମାଚ୍ଛା ସିମହାକମ, ଏନସିନିସା, ଲୀଲି ଭୋଇ,ସାଥିରେ ଯାତ୍ରା କରୁଛନ୍ତି l ଏହି କାର୍ଯ୍ୟକ୍ରମଟି ୧୨/୧୨/୨୦୨୪ ରିଖ ଠାରୁ ୧୮/୧୨/୨୦୨୪ ରିଖ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ଅବଗତ କରି ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ବୈଠକରେ ମାଇ ଭାରତ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ସିବେନ୍ଦ୍ର ଡିଗାଲ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post