ଫୁଲବାଣୀ : ଦିନିକିଆ କନ୍ଧମାଳ ଗସ୍ତରେ ଆସିଥିଲେ କେନ୍ଦ୍ର ଗଣ ଶିକ୍ଷା ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ର ମନ୍ତ୍ରୀ ଡଃ ସୁକାନ୍ତ ମଜୁମଦାର । ପ୍ରଥମେ ଫୁଲବାଣୀ ସ୍ଥିତ ଜିଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସରକାରୀ କର୍ମଚାରୀ ମାନେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ପରେ ଫିରିଙ୍ଗିଆ ଯାଇ ସ୍ମାର୍ଟ ଅଙ୍ଗନବାଡି ସେଣ୍ଟର, ନୋଡାଲ ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । କିଭଳି ଶିକ୍ଷା ଦିଆଯାଉଛି ଓ ମଧ୍ୟାହ୍ନ ଭୋଜନର ମାନ ମଧ୍ଯ ପରଖି ଥିଲେ କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ସୁଫଳ ନେଇ କେନ୍ଦ୍ର ମନ୍ତ୍ରୀ ମଜୁମଦାର ଆଲୋଚନା କରିଥିଲେ । ମୋତେ କନ୍ଧମାଳ ଓ କୋରାପୁଟ ଜିଲ୍ଲା ଦାୟିତ୍ବ ଦିଆଯାଇଛି।ଜିଲ୍ଲାରେ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ।ଫିରିଙ୍ଗିଆ ସ୍କୁଲରେ ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ସହିତ ଖୁସି ବ୍ୟକ୍ତ କରିଥିଲେ ମନ୍ତ୍ରୀ।ପରେ ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ l ଏହି ଅବସରରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶମ୍ଭୁ ନାଥ ନନ୍ଦୀ ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ପରେ ପରେ ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ ଡଃ.ସୁକାନ୍ତ ମଜୁମଦାର ଦିନିକିଆ ଗସ୍ତରେ କନ୍ଧମାଳ ଆସି କରିଥିବା ସମୀକ୍ଷା ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଥିଲେ I ଏହି ସମ୍ମିଳନୀରେ ଜିଲ୍ଳା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା,ମୁକ୍ତି କାନ୍ତ, ମୁନିସିପାଲିଟି ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ ପ୍ରମୁଖ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.