୧୦ ବର୍ଷରେ ପ୍ରାଣ ହରାଇଛନ୍ତି ୮୫୭ ହାତୀ, ବିଦ୍ୟୁତ ଆଘାତରେ ଯାଇଛି ୧୪୯ ଜୀବନ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ  । ସେଥିରୁ ୩୦୮ ହାତୀ ରୋଗରେ ଶିକାର ହୋଇ ମୃତ୍ୟୁ ଘଟିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି ।  ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କ ଜୀବନ ଯାଇଥିବା ବେଳେ ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯ ଟି ହାତୀଙ୍କ ଜୀବନ ଯାଇଛି ।

୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧ ଶହ ୩ ରହିଛି ।  ୨୦୧୫ରେ ୧୯ ଶହ ୫୪ ହାତୀ,୨୦୧୭ରେ ୧୯ ଶହ ୭୬,୨୦୨୪ରେ ହାତୀ ସଂଖ୍ୟା ବଢି ୨ ହଜାର ୯୮ରେ ପହଞ୍ଚିଛି ।  ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।

nis-ad
Leave A Reply

Your email address will not be published.