ତିନିଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ତିନିଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ
ଫୁଲବାଣୀ:ସ୍ଥାନୀୟ କନ୍ଧମାଳ ଷ୍ଟାଡ଼ିୟମ୍ ଠାରେ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପାୟଲ ପଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲା କ୍ରିଡ଼ା ସଂସଦ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ , ସମ୍ମାନିତ ଅତିଥିଭାବେ ଜିଲା କ୍ରିଡ଼ା ଅଧିକାରୀ ସୀମର କୁମାର ନାୟକ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ଡ଼ାକୁଆ , ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତି କଲ୍ଳୋଳିନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରିଡ଼ାର ଆବଶ୍ୟକତା ଉପରେ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ୭୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସାମିଲ୍ ହୋଇ ବିଭିନ୍ନ କ୍ରିଡ଼ାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ଯୋଗନୃତ ପରିବେଷଣ କରାଯାଇଥିଲା ।ସଭାକାର୍ଯ୍ୟକୁ ବରି ଶିକ୍ଷକ ଦିଲୀପ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ କ୍ରିଡ଼ା ଶିକ୍ଷକ ରାକେଶ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରିୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଶାଲ୍ ଶୋଭାଯାତ୍ରା ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବାର୍ଷିକ କ୍ରିନା ଉତ୍ସବ ଉଦଘାଟିତ ହୋଇଥିଲା ।

ଫୁଲବାଣୀ : ସ୍ଥାନୀୟ କନ୍ଧମାଳ ଷ୍ଟାଡ଼ିୟମ୍ ଠାରେ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପାୟଲ ପଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲା କ୍ରିଡ଼ା ସଂସଦ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ , ସମ୍ମାନିତ ଅତିଥିଭାବେ ଜିଲା କ୍ରିଡ଼ା ଅଧିକାରୀ ସୀମର କୁମାର ନାୟକ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ଡ଼ାକୁଆ , ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତି କଲ୍ଳୋଳିନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରିଡ଼ାର ଆବଶ୍ୟକତା ଉପରେ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ୭୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସାମିଲ୍ ହୋଇ ବିଭିନ୍ନ କ୍ରିଡ଼ାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ଯୋଗନୃତ ପରିବେଷଣ କରାଯାଇଥିଲା ।ସଭାକାର୍ଯ୍ୟକୁ ବରି ଶିକ୍ଷକ ଦିଲୀପ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ କ୍ରିଡ଼ା ଶିକ୍ଷକ ରାକେଶ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରିୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଶାଲ୍ ଶୋଭାଯାତ୍ରା ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବାର୍ଷିକ କ୍ରିନା ଉତ୍ସବ ଉଦଘାଟିତ ହୋଇଥିଲା ।
nis-ad
Leave A Reply

Your email address will not be published.