ଭୁବନେଶ୍ୱର: ଲୋୟର ପିଏମ୍ଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଂଗଠନ। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ। ୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି।
ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି ଶୁଣୁନାହାନ୍ତି । ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ନିଷ୍ପତ୍ତି ନେଇଛି ।
୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି ସଂଘ । ଯଦି ଏହି ଦାବିର ତୁରନ୍ତ ସମାଧାନ ନହେବ, ତେବେ ଆଗାମୀ ଦିନରେ ଓଡିଶାରେ ଥିବା ୬୦ ହଜାର କର୍ମା ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ ।