ଓରେରା ଅଧ୍ୟକ୍ଷ ପଦ ଛାଡିବେ ସିଦ୍ଧାନ୍ତ ଦାସ, ପଦ ଛାଡିବା ପୂର୍ବରୁ ଦେଇଛନ୍ତି ୩ମାସର ନୋଟିସ୍

ଓରେରା ଅଧ୍ୟକ୍ଷ ପଦ ଛାଡିବେ ସିଦ୍ଧାନ୍ତ ଦାସ । ପଦ ଛାଡିବା ପୂର୍ବରୁ ୩ମାସର ନୋଟିସ୍ ଦେଇଛନ୍ତି । ରେରା ଆଇନ ୨୦୧୬ ଅନୁସାରେ ନୋଟିସ୍ ଦେଇଛନ୍ତି ସିଦ୍ଧାନ୍ତ ଦାସ । ୨୦୨୦ ଜୁଲାଇ ମାସରେ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା । ୫ବର୍ଷ ପାଇଁ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା । ୨୦୨୫ ଜୁଲାଇ ଯାଏ ତାଙ୍କ କାର୍ଯ୍ୟକାଳ ଥିଲା । କେଉଁ କାରଣରୁ ସେ ପଦ ଛାଡୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆପାର୍ଟମେଣ୍ଟ ପଞ୍ଜୀକରଣ ହେଉ କିମ୍ବା ଡୁପ୍ଲେକ୍ସ ପଞ୍ଜୀକରଣ, ସସମ୍ତ ପଞ୍ଜୀକରଣ କରେ ଓରେରା  ।

nis-ad
Leave A Reply

Your email address will not be published.