ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଟିଇଟି ୨୦୨୪ର ରେଜଲ୍ଟ । ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ ୱେବସାଇଟ (http://www.bseodisha.ac.in/) ରେ ଲଗ୍ ଇନ୍ କରି ରେଜଲ୍ଟ ଜାଣି ପାରିବେ ।
ଏଥିପାଇଁ ପରୀକ୍ଷାର୍ଥୀମାନେ ପ୍ରଥମେ ସେମାନଙ୍କ ରୋଲ୍ ନମ୍ୱର ବା ନାଁ ସବମିଟ୍ କରିବା ପରେ ରେଜଲ୍ଟ ଦେଖିପାରିବେ । ସେହିପରି କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟ୍ ରୁ ନିଜ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।
ଯେଉଁ ପରୀକ୍ଷାର୍ଥୀମାନେ ଅସଫଳ ହୋଇଛନ୍ତି, ସେମାନେ ସ୍କାନ୍ଡ ଓଏମଆର ଉତ୍ତର ଖାତା ଡାଉନଲୋଡ୍ କରିପାରିବେ । ଏହା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେବ ।