କେନ୍ଦ୍ରାପଡା ୨୧/୧୧: ମଝି ସମୁଦ୍ରରେ ଚାଲିଗଲା ଜୀବନ । ପାଟ୍ରୋଲିଂ ବେଳେ ଟଳିପଡିଲେ ବନ କର୍ମଚାରୀ । କେନ୍ଦ୍ରାପଡା ରାଜନଗର ବ୍ଲକ ବନବିଭାଗର ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ଚାଲିଥିବାବେଳେ ଘଟିଛି ଅଘଟଣ । ସମୁଦ୍ର ମଝିରେ ବେଆଇନ ଭାବେ ମାଛ ଧରୁଥିବା ନାଗେଶ୍ବର ଟ୍ରଲରକୁ ଜବତ କରାଯିବା ସହ ସେଥିରେ ଥିବା ମତ୍ସ୍ୟଜୀବୀଙ୍କୁ ଧରିଥିଲା ବନ ବିଭାଗ । ରାତି ପ୍ରାୟ ୧୨ଟା ସମୟରେ ଏହି ବୋଟ୍ ଧରାପଡିଥିଲା । ଏହି ସମୟରେ ବନ ବିଭାଗ ନେଇଥିବା ଟ୍ରଲରର ଡ୍ରାଇଭର ଚଞ୍ଚଳ ମାଇତିଙ୍କୁ ଶୋଷ ଲାଗିବାରୁ ସେ ପାଣି ମାଗିଥିଲେ । ପାଣି ପିଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତଳେ ପଡିଯାଇଥିଲେ ।ସେଠାରେ ଥିବା ଅନ୍ୟ ବନ କର୍ମଚାରୀ ତାଙ୍କୁ ସଙ୍ଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post