ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ: ରାତିରେ ଖାଇ ପିଇ ଶୋଇଲେ, ସକାଳୁ ଚାଲିଗଲା ଜୀବନ

ଜଗତସିଂହପୁର: ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ । ରାତିରେ ଖାଇ ପିଇ ଶୋଇଥିଲେ, ସକାଳୁ ଚାଲିଗଲା ଜୀବନ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶିରସ୍ତା ଗାଁରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଦାଦା ଗୋପୀନାଥ ସାମଲ ଓ ପୁତୁରା ବିଭୁତି ସାମଲ ।

ଗତକାଲି ରାତିରେ ଉଭୟ ଖାଇ ସାରିବା ପରେ ହଠାତ୍ ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଉଭୟଙ୍କୁ ପ୍ରଥମେ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି  । ଖାଦ୍ୟ କିମ୍ବା ପାନୀୟରେ ବିଷକ୍ରିୟା ଯୋଗୁ ଦାଦା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.