ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ଦେଖନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ଭୁବନେଶ୍ଵର: ତିନି ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ୨୦୨୦, ୨୦୨୧ ଏବଂ ୨୦୨୨ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ୨୦୨୦ ପାଇଁ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍‌ଚିନି ଏବଂ ୨୦୨୨ ପାଇଁ ଦମନ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି। ଚଳଚ୍ଚିତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନ ସୁନ୍ଦର ଦେବଗୋସ୍ଵାମୀ ସମ୍ମାନ ମିଳିବ। ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା  କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। 

ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନ ସୁନ୍ଦର ଦେବଗୋସ୍ଵାମୀ ସମ୍ମାନ ମିଳିବ। ୨୦୨୦ ପାଇଁ ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଶ୍ରୀନିବାସ ମହାପାତ୍ର ଓ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ମୋହନ ସୁନ୍ଦର ଦେବଗୋସ୍ଵାମୀ ପୁରସ୍କାର। 

ସେହିପରି ୨୦୨୦ରେ ରଘୁ ସର୍ଦ୍ଦାର ଫିଲ୍ମ ପାଇଁ ଦେବାଶିଷ ପାତ୍ର, ୨୦୨୧ରେ ଡାଲଚିନ ପାଇଁ ଅଙ୍କିତ କୁମାର ଓ  ଚଳଚ୍ଚିତ୍ର ପ୍ରତୀକ୍ଷା ପାଇଁ ଦୀପନ୍ଵିତ ଦାସ ମହାପାତ୍ର ଶ୍ରେଷ୍ଠ ନାୟକ ସମ୍ମାନରେ ସମ୍ମାନିତ ହେବେ। ୨୦୨୨ ଦମନ ଫିଲ୍ମ ପାଇଁ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ବିବେଚିତ  ହୋଇଛନ୍ତି। 

ପୁରସ୍କାର ରାଶି ଭାବେ ୫ ଲକ୍ଷ ଟଙ୍କା, ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ। ଶେଷ ଥର ୨୦୨୨ରେ ରାଜ୍ୟର ଏହି ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା। ପୁରସ୍କାର ରାଶି ଭାବେ ୨ ଲକ୍ଷ ଟଙ୍କା ମିଳିଥିଲା, ଯାହା ଏବେ ୫ ଲକ୍ଷକୁ ବୃଦ୍ଧି ପାଇଛି। ପ୍ରତି ବର୍ଷ ରାଜ୍ୟ ସଂସ୍କୃତି ଓ ସାହିତ୍ୟ ବିଭାଗ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଏ।

nis-ad
Leave A Reply

Your email address will not be published.