ବଦଳିଲା ନିୟମ, ୭ ବର୍ଷ ପରେ ଏସଆଇ ହୋଇପାରିବେ ଇନ୍ସପେକ୍ଟର

ଭୁବନେଶ୍ୱର: ଏସଆଇମାନଙ୍କ ପଦୋନ୍ନତି ନେଇ ଆସିଲା ଖୁସି ଖବର । ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସଆଇ) ହୋଇପାରିବେ ଇନ୍ସପେକ୍ଟର । ପୂର୍ବରୁ ଏହା ୧୦ ବର୍ଷ ଥିବାବେଳେ ପଦୋନ୍ନତିକୁ ୧୦ ବର୍ଷରୁ ଖସାଇ ୭ ବର୍ଷ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ଦ୍ବାରା ପୋଲିସ ଏସଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ବାରା ପୋଲିସ କର୍ମଚାରୀମା‌ନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଇଛି । ଏହା ଦ୍ବାରା ସେମାନେ ଆହୁରି ଭଲ କାମ କରିବେ ବୋଲି ମଧ୍ୟ ଆଶା କରାଯାଉଛି ।

nis-ad
Leave A Reply

Your email address will not be published.