ମହର୍ଷି କଲେଜରେ ଅଶାନ୍ତି, ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର : ଭୁବନେଶ୍ୱର ମହର୍ଷି କଲେଜରେ ଛାତ୍ର ଅଶାନ୍ତି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରତ ଦୁଇ ଛାତ୍ର ଗୋଷ୍ଠୀଙ୍କୁ ବୁଝାସୁଝା କରିବାକୁ ଆସି, ଯୁକ୍ତ 2 ଛାତ୍ରଙ୍କ ଆକ୍ରମଣର ଶିକାର ହୋଇଛନ୍ତି ରସାୟନ ବିଭାଗ ଲାବ ଆଟେନଡ଼ାଣ୍ଟ ସନ୍ତୋଷ ସ୍ୱାଇଁ । ଘଟଣାସ୍ଥଳରେ ସହିଦନଗର ପୋଲିସ ଛାନଭିନ କରିଛି । ଅଭିଯୋଗ ପରେ କଲେଜରେ ଜରୁରୀ ବୈଠକ ବସିଥିଲା । ଏଥିରେ ଗଣ୍ଡଗୋଳ କରିଥିବା ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

nis-ad
Leave A Reply

Your email address will not be published.