ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ପୁଅର ଜଲୱା: ଟପ୍-୧୫ରେ ଜ୍ୟୋତି ପ୍ରକାଶ ଓଝା

କଟକ: ଇଣ୍ଡିଆନ ଆଇଡଲ୍‌ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍‌ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଛନ୍ତି ଜ୍ୟୋତି। ଗୋ ସେବା ପାଇଁ ଆଜି ଏହି ସଫଳତା ହାସଲ କଥା କହିଛନ୍ତି ଜ୍ୟୋତି। ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଜ୍ୟୋତି।

ଇଣ୍ଡିଆନ ଆଇଡଲ୍ ରେ ନିଜର ଜଲୱା ଦେଖାଉଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି କଟକ ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝାଙ୍କ ପୁଅ ଜ୍ୟୋତି ପ୍ରକାଶ ଓଝା। ଛୋଟ ବେଳରୁ ସଙ୍ଗୀତ ପ୍ରତି ରୁଚି ରଖୁଛନ୍ତି ଜ୍ୟୋତି। ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ବର୍ତ୍ତମାନ ପ୍ଲାଟିନମ ମାଇକ ପାଇ ଟପ୍ ୧୫ ରେ ଜାଗା ପାଇଛନ୍ତି। ଏନେଇ ଜ୍ୟୋତିଙ୍କ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି ଏବଂ ଗର୍ବ ଅନୁଭବ କରୁଛନ୍ତି।

ସଙ୍ଗୀତ ପ୍ରତି ଜ୍ୟୋତିଙ୍କ ରୁଚିକୁ ସବୁବେଳେ ସମ୍ମତି ଦେଇ ଆସୁଛନ୍ତି ତାଙ୍କ ପରିବାର ଲୋକେ। ଆଜି ପ୍ଲାଟିନମ ମାଇକ ପାଇ ଟପ୍ ୧୫ରେ ପହଞ୍ଚିଥିବା କାରଣରୁ ବାପା ରବୀନ୍ଦ୍ର ନାଥ ଓଝା ମାଆ ରୁପାଞ୍ଜଳି ଓଝା ଓ ଜେଜେ ମାଆ ବେଶ୍ ଖୁସି ଅଛନ୍ତି। ପ୍ରତ୍ୟେକ ଦିନ ଭିଡିଓ କଲ କରି ପୁଅ କଥା ବୁଝିବା ସହ ଆଗକୁ ଯିବା ପାଇଁ ମନୋବଳ ବୃଦ୍ଧି କରାଇଥାନ୍ତି। ବର୍ତ୍ତମାନ ଏକମାତ୍ର ଓଡ଼ିଆ ଭାବେ ଜ୍ୟୋତି ପ୍ରକାଶ ଇଣ୍ଡିଆନ ଆଇଡଲ୍‌ରେ ଥିବା ବେଳେ ଆଗକୁ ଅଧିକ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ କରିବା ଜ୍ୟୋତିଙ୍କ ଏକମାତ୍ର ଲକ୍ଷ।

nis-ad
Leave A Reply

Your email address will not be published.