ଭୁବନେଶ୍ବର : ଜଗତସିଂହପୁରରୁ ଜମ୍ମୁ କଶ୍ମୀର । ଓଡ଼ିଶାରେ ଲଭ୍ ଜିହାଦ ଅଭିଯୋଗ । ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି କାଶ୍ମୀର ନେବାକୁ ଉଦ୍ୟମ କରୁଥିଲା ଯୁବକ । ମହିଳା ଥାନାରେ ଏତଲା ପରେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଯୁବକଙ୍କ ନାମ ସମୀର ମନସୂର୍ ବୋଲି ଜଣାପଡିଛି । ଧାରା ୧୬୧ରେ ମହିଳା ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ ହେବା ସହ ମେଡିକାଲ ଯାଞ୍ଚ ହୋଇଛି ।
ACP ଜୋନ ୧ ଏସ ଏନ ମୁଦୁଲି ଓ ଥାନା ଅଧିକାରୀ ରିନା ମିଶ୍ର ପୀଡ଼ିତଙ୍କ ବୟାନ ରେକର୍ଡ କରିଛନ୍ତି । ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା, ଭିଡିଓ ଭାଇରାଲ କରିବା, ମାଡ଼ ମାରିବା, ଧର୍ମ ପରିବର୍ତ୍ତନ୍ କରାଉଥିବା ଅଭିଯୋଗ କରିଛନ୍ତି ପୀଡିତା । ଦୁଇ ବର୍ଷ ତଳେ ଅନଲାଇନ୍ ଫ୍ରି ଫାୟର ଗେମରୁ ଜମ୍ମୁ କାଶ୍ମୀରର ସମୀର ମନସୁରଙ୍କ ଏବଂ ଜଗତସିଂହପୁର ଅଞ୍ଚଳର ଯୁବତୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ସମ୍ପର୍କ । ପରେ ଏହା ବନ୍ଧୁତା ଓ ପ୍ରେମରେ ପରିଣତ ହୋଇଥିଲା ।
ଉଭୟ ପୁରୀ ଯାଇଥିବା ବେଳେ ସମୀରଙ୍କ ବିଷୟରେ ଜାଣିବାକୁ ପାଇଥିଲେ ଯୁବତୀ ଜଣକ । ଏହା ପରେ ଉଭୟ ମଧ୍ୟ ରେ ପାଟି ତୁଣ୍ଡ ହୋଇଥିଲା। ତେବେ ସମୀର ତାଙ୍କୁ ଧର୍ମ ପରିବର୍ତ୍ତନ ସହ ବିବାହ କରିବାକୁ ଜବର ଦସ୍ତ୍ କରିଥିଲେ । ଏପରିକି ତାଙ୍କ ସହ ଜବରଦସ୍ତ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ କରିଛନ୍ତି ପୀଡିତା । ଏନେଇ ତଦନ୍ତ ଜାରି ରହିଛି ।