ରାଉରକେଲାରେ ଯୁବକଙ୍କ ଉପରେ ଗୁଳିମାଡ଼

ରାଉରକେଲା : ଆଜି ସକାଳେ ରାଉରକେଲା ଟ୍ରାଫିକ ଗେଟ୍ ଅଞ୍ଚଳରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।  ଆହତ ଯୁବକ ଅଭେଶ ରାୟ ରିଙ୍ଗ ରୋଡ୍ ପାରି ହେଉଥିବା ବେଳେ ଦୁଇ ଜଣ ଯୁବକ ବାଇକ୍ ରେ ଆସି ଗୁଳି ମାଡ଼ କରିଥିଲେ ।  ଘଟଣା ସ୍ଥଲରୁ ୨ ରାଉଣ୍ଡ ଗୁଳି ଖୋକା ମିଳିଛି ।  ଗୁଳି ମାଡ଼ ପରେ ଯୁବକ ଦୁଇ ଜଣ ବାଇକରେ ଫେରାର ହୋଇ ଯାଇଥିଲେ।  ଅଭେଶ ରାୟଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲ ନିଆଯାଇଥିଲା ।

ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇ ଜି ଏଚ୍ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ପ୍ଲାଣ୍ଟ ସାଇଟ୍ ଇନ୍ସପେକ୍ଟର ଜୟ ନାରାୟଣ ଖଣ୍ଡେଇ ପହଞ୍ଚି ତଦନ୍ତ କରୁଛନ୍ତି ।  ତେବେ ପ୍ରାଥମିକ ତଦନ୍ତରୁ ପ୍ରତିଶୋଧ ପାଇଁ ଏହି ଗୁଳି ମାଡ଼ ହୋଇଥିବା ଜଣା ପଡ଼ିଛି ।  ୧୯୯୭ ମସିହାରେ ଅବେଶ ରାୟର ମାଙ୍କୁ ହତ୍ୟା କାରଯାଇଥିଲା । ତାର ପ୍ରତିଶୋଧ ନେବାକୁ ଅଭେଶ ଏବଂ ତାର ସାଥୀ ଟ୍ରାଫିକ ଗେଟ୍ ମାର୍କେଟରେ ଭଗବାନ ସାହୁ ଏବଂ ଅନ୍ୟ ଜଣଙ୍କୁ ହତ୍ୟା କରିଥିଲେ ।

ଆଜି ପୁଣି ଉକ୍ତ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଗୁଳି ମାଡ଼ ହୋଇ ଥିବା ଅଭେଶଙ୍କ ଭଉଣୀ କହିଛନ୍ତି ।  ତେବେ ବଟି ମଗାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ଏବଂ ସେଥିପାଇଁ ଗୁଳି ମାଡ ହୋଇଥିବା ଅଭେଶଙ୍କ ସମ୍ପର୍କୀୟଙ୍କ ପକ୍ଷରୁ କୁହାଯାଇଛି । ତେବେ ପୋଲିସର ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣା ପଡିବ ।

nis-ad
Leave A Reply

Your email address will not be published.