ଭୁବନେଶ୍ବର: ଲଘୁ ଖଣିଜ ପରିବହନ କରୁଥିବା ଟ୍ରକ ମାଲିକ ସଂଘର ଚେତାବନୀ । ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ କର । ନଚେତ ୧୦ ତାରିଖରୁ ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚକ ବନ୍ଦ ଆନ୍ଦୋଳନ କରିବେ । ଖୋର୍ଦ୍ଧା ଟ୍ରକ୍ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।
ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଟ୍ରକ୍ ମାଲିକ ମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଲଘୁ ଖଣିଜ ପରିବହନ ଟ୍ରକ୍ ମାଲିକ ସଂଘର ଚେତାବନୀ, ଦାବି ପୂରଣ ନହେଲେ ଆସନ୍ତା ୧୦ରୁ ଚକା ବନ୍ଦ ଚେତାବନୀଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି । ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ଵେ କୌଣସି ସୁଫଳ ମିଳିନି । ଯଦି ଆଗାମୀ ୯ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ୧୦ ତାରିଖରୁ ଲଘୁ ଖଣିଜ ପରିବହନ କରୁଥିବା ୫ ହଜାରରୁ ଅଧିକ ଟ୍ରକ୍ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚକା ବନ୍ଦ ଆନ୍ଦୋଳନ କରିବେ ବୋଲି ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ପ୍ରଣବ ପରିଜା କହିଛନ୍ତି ।