ବାତିଲ ହେଲା ଇସ୍କନର ଅଦିନିଆ ରଥଯାତ୍ରା

ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ ।  ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା ।  ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା ।  ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇଥିଲେ ।

ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଧାର୍ଯ୍ୟ ତିଥି ବ୍ୟତୀତ ଅନ୍ୟ ଦିନରେ ନ କରିବାକୁ କୁହାଯାଇଥିଲା । ଏଭଳି ଅଦିନିଆ ରଥଯାତ୍ରା ଆୟୋଜନରୁ ନିବୃତ୍ତ ରହିବାକୁ ଇସ୍କନକୁ ଅନୁରୋଧ କରାଯାଇଥିଲା । ଏହାପରେ ଇସ୍କନ ପକ୍ଷରୁ ହଷ୍ଟନରେ ହେବାକୁ ଥିବା ଅଦିନିଆ ସ୍ନାନଯାତ୍ରାକୁ ବାତିଲ କରାଯାଇଛି । ପରଂପରା ଅନୁସାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ ।

nis-ad
Leave A Reply

Your email address will not be published.