ଭରତପୁରରେ ପତ୍ନୀଙ୍କୁ ବିଷ ଇଞ୍ଜେକ୍ସନ ଦବା ମାମଲା: ଫରେନସିକକୁ ଗଲା ବ୍ୟବହୃତ ସିରିଞ୍ଜ ଓ ଆନାସ୍ଥେସିଆ

ଭୁବନେଶ୍ବର: ଭୁବନେଶ୍ବର ଭରତପୁରରେ ପତ୍ନୀଙ୍କୁ ଓଭରଡୋଜ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ଫାର୍ମାସିଷ୍ଟ ସ୍ବାମୀ ମାରିଦେବା ଘଟଣାରେ ପୋଲିସର ଖୋଳତାଡ଼ ଜାରି । ରାଜ୍ୟ ଫରେନସିକ ଲାବକୁ ଗଲା ଜବତ ସିରିଞ୍ଜ ଓ ଆନେସ୍ଥେସିଆ । ଅଭିଯୁକ୍ତଙ୍କ ମୋବାଇଲ ଫୋନ ବି ଯାଞ୍ଚ ପାଇଁ ପଠାଯାଇଛି । ନିଶ୍ଚେତକରେ ଆଉ କିଛି କେମିକାଲ ମିଶାଯାଇଥିଲା କି ନାହିଁ ହେବ ପରୀକ୍ଷା କରାଯିବ । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତ ଫାର୍ମାସିଷ୍ଟ ସ୍ୱାମୀ ପ୍ରଦ୍ୟୁମ୍ନ କୁମାରଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ରିମାଣ୍ଡ ବେଳେ କ୍ରାଇମସିନ ରିକ୍ରିଏସନ କରିବ ତଦନ୍ତକାରୀ ଟିମ । ପ୍ରଦ୍ୟୁମ୍ନ ଓ ଶୁଭଶ୍ରୀ ଉଭୟ ଫାର୍ମାସିଷ୍ଟ ।

ପ୍ରେମ ସଂପର୍କ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରରୁ ପାରିବାରିକ ବିବାଦ ଲାଗି ରହିଥିଲା । ଗତ ୨୮ ତାରିଖରେ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁଭଶ୍ରୀଙ୍କ ମାଆ ହସ୍ପିଟାଲରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାରେ ସେ ଥାନାରେ ଏତଲା ଦେଇଥିଲେ । ଝିଅର ମୃତ୍ୟୁ ପାଇଁ ପ୍ରଦ୍ୟୁମ୍ନ ଓ ତାଙ୍କର ଦୁଇ ପ୍ରେମିକାଙ୍କୁ ଦାୟୀ କରିଥିଲେ। ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ପ୍ରଦ୍ୟୁମ୍ନ ଓ ତାଙ୍କ ଦୁଇ ପ୍ରେମିକା ମାତ୍ରାଧିକ ନିଶ୍ଚେତକ ଦେବାରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଛି ।

nis-ad
Leave A Reply

Your email address will not be published.