ନିର୍ମାଣଧିନ କେନାଲରୁ ମାଟି ଅତଡା ଧସି ୮ ବର୍ଷର ଝିଅ ମୃତୃ, ବାପା ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନଡିଆଭଙ୍ଗା ପଞ୍ଚାୟତ ବାଉଁଶନଳୀ ଗାଁରେ ଅଘଟଣ । ଶୌଚ ହେବା ପାଇଁ କେନାଲ ବନ୍ଧକୁ ଯାଇଥିବାବେଳେ ବାପା ଓ ଝିଅଙ୍କ ଉପରେ ଖସିପଡିଲା ମାଟି ଅତଡ଼ା । ଯେଉଁଥିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ୮ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି ।

ବାଉଁଶନଳୀ ଗାଁର ଈଶ୍ୱର ମୁଣ୍ଡା ଓ ତାଙ୍କ ଝିଅ ଗୀତା ମୁଣ୍ଡା । ଈଶ୍ୱର ମୁଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଆଜି ସକାଳେ ଈଶ୍ୱର ଓ ତାଙ୍କ ଝିଅ କେନାଲ ବନ୍ଧ ନିକଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା । ଦମକଳ ବାହିନୀ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ହିଁ ଝିଅ ଗୀତା ମୁଣ୍ଡାଙ୍କର ମୃତ୍ୟୁ ଘଟିଥିଲା ।

କେନାଲ କାମ କରୁଥିବା ଘରୋଇ କମ୍ପାନୀର ଖାମଖିଆଲି କାମ ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଞ୍ଚଳବାସୀ କହିଛନ୍ତି ।

nis-ad
Leave A Reply

Your email address will not be published.