ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠି ଚଳଚଞ୍ଚଳ । ଆଜି ପବିତ୍ର କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ।

ମା’ ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ସାତ ଦିନ ଧରି ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ମା’ଙ୍କୁ ଏହି ବେଦମାତା ବେଶରେ ଦର୍ଶନ କଲେ ଭକ୍ତ ମାନଙ୍କର ମାନବାଞ୍ଚା ପୂର୍ଣ୍ଣ ହୋଇଥାଏ । ଏବଂ ସମସ୍ତ ସିଦ୍ଧି, ରିଦ୍ଧି, ବୃଦ୍ଧି ପ୍ରାପ୍ତ୍ୟ ହୋଇଥାନ୍ତି ଏବଂ ପରମ ଶାନ୍ତିର ଅଧିକାରୀ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

ଚଳିତ ବର୍ଷ ମା’ଙ୍କ ପୂଜାର୍ଚ୍ଚନା ବେଶ ଧୁମ୍ ଧାମରେ ହେଉଛି । ପରମ ବୈଷ୍ଣବୀ ମା’ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ପ୍ରଥମେ ମା’ ଭଦ୍ରକାଳୀଙ୍କ ସାଳନ୍ଦୀ ନଦୀ ଘାଟରୁ କଳସ ଆସିବା ପରେ ମା’ଙ୍କର ପୀଠରେ ଆରମ୍ଭ ହୋଇଛି ପୂଜା । ପରେ ସପ୍ତଚଣ୍ଡୀ ପାଠ କରାଯିବ ।

ମା’ଙ୍କର ଏହି ଦେବ ମାତା ବେଶ ଦେଖିବା ପାଇଁ ଭକ୍ତମାନଙ୍କର ଭିଡ ଜମିଛି । ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା’ ଭଦ୍ରକାଳୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବ ।

nis-ad
Leave A Reply

Your email address will not be published.