ଶ୍ରମଯୋଗୀ କଏଦୀଙ୍କୁ ମିଳିବ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ

କଟକ: ଏଣିକି ଜେଲରେ ଶ୍ରମ କରୁଥିବା କଏଦୀଙ୍କୁ ମିଳିବ ପୋଷାକ ଯୁକ୍ତ ଖାଦ୍ୟ। ଯେଉଁଥିରେ ଦିନକୁ ଦିଆଯାଉଥିବା ଖାଦ୍ୟରେ ଆହୁରି ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ। ଆଜି କିଛି ଏପରି ଶୁଣାଣି ହୋଇଛି ହାଇକୋର୍ଟରେ। ଜେଲରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଏଣିକି ଦିନକୁ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ମିଳିବ। ଏନେଇ ଗତ ୨୯ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ରାଜ୍ୟ ସରକାର ବୁଧବାର ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରି ଏହି ସୂଚନା ଦେଇଛନ୍ତି।

ତେବେ ପୂର୍ବରୁ ସମସ୍ତ କଏଦୀଙ୍କୁ ସମାନ କ୍ୟାଲୋରୀଯୁକ୍ତ ଖାଦ୍ୟ ଦିଆଯାଉଥିଲା। ଦିନକୁ ଜଣେ କଏଦୀକୁ ୨୮୦୦ କ୍ୟାଲୋରୀର ଖାଦ୍ୟ ଯୋଗଇଦିଆଯାଉଥିଲା। ‘ଲେବର ଡାଏଟ୍‌‌’ ବା ଜେଲ୍‌‌ରେ ଅଧିକ ପରିଶ୍ରମ କରୁଥିବା କଏଦୀଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ସମାଜସେବୀ ତଥା ଆଇନଜୀବୀ ମୃଣାଳିନୀ ପାଢ଼ୀ ଏକ ମିସ୍‌‌କେସ୍‌‌ ରୁଜ୍ଜୁ କରିଥିଲେ। ଏହାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କଠାରୁ ଏନେଇ ସବିଶେଷ ରିପୋର୍ଟ ମାଗିଥିଲେ। ଏନେଇ ରାଜ୍ୟସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଆଜି ଅଦାଲତଙ୍କୁ ଏହି ମାମଲାରେ ଶୁଣାଣି ବେଳେ ଅବଗତ କରିଛନ୍ତି।

ଏଥିସହିତ ପ୍ରତ୍ୟେକ ଜିଲ୍ଲାରେ ଆଦର୍ଶ କାରାଗାର ବା ମଡେଲ୍‌‌ ଜେଲ୍‌‌ ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣିରେ ଜବାବ ରଖିବେ। ଏଥିରେ ନିଜକୁ ସୁଧାରି ନେଇଥିବା କଏଦୀମାନେ ରହିବା ବେଳେ ସେମାନଙ୍କୁ ଦିନବେଳା ନିଜ ଘରକୁ ଯିବା ପାଇଁ ଅନୁମତି ମିଳିବ। ରାତିରେ ପୁନର୍ବାର ସେମାନେ ପୁଣି ଜେଲରେ ପ୍ରବେଶ କରିବେ। ଏହି ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୬ ତାରିଖକୁ ହେବ।

nis-ad
Leave A Reply

Your email address will not be published.