ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଏହି ଅବସରରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନଦ୍କାର ଦୂର ହେଉ ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଛୁରିତ ହେଉ ବୋଲି କାମନା କରିଛନ୍ତି ମୋହନ ମାଝୀ । ଓଡ଼ିଶାର ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ କହିଛନ୍ତି ।

ଆଜି ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳି । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା । ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି ।

nis-ad
Leave A Reply

Your email address will not be published.