ବ୍ରିଟେନରେ ବାଲିଯାତ୍ରା : ଭାରତରୁ ଭାଗନେବେ ୫ ବ୍ୟବସାୟୀ

ଭୁବନେଶ୍ୱର, ୨୯।୧୦।୨୪ : ଚଳିତବର୍ଷ ପ୍ରଥମକରି ଓଡିଶା ସୋସାଇଟି ଅଫ୍ ୟୁକେ ପକ୍ଷରୁ ନଭେମ୍ବର ୩୦ରେ ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା । ବ୍ରିଟେନ ସ୍ଥିତ ଟାଉନଲି ବିଦ୍ୟାଳୟ,ବେକ୍ସଲି, ଲଣ୍ଡନ ସ୍କୁଲରେ ହେବାକୁ ଥିବା ଏହି ଯାତ୍ରାରେ ବିଭିନ୍ନ ଦେଶରୁ ୨୦ ରୁ ଉର୍ଦ୍ଧ ବ୍ୟବସାୟୀ ଯୋଗଦେଇ ନିଜ ବ୍ୟବସାୟ ପ୍ରଦର୍ଶନ କରିବେ । ବ୍ରିଟେନରେ ଗଢିଉଠିଥିବା ଏହି ସୋସାଇଟି ର ମୁଖ୍ୟ ଉଦ୍ଦେଶ୍ୟ ଓଡିଶା ର ସଂସ୍କୁତି ଏବଂ ପରମ୍ପରାକୁ ଲୋକ ଲୋଚନକୁ ଆଣିବା ଏବଂ ଓଡିଶାରେ ପୁଞ୍ଜି ନିବେଶ କରି ଆର୍ଥିକ ବିକାଶ ଦିଗରେ ଏକ ସ୍ଵତନ୍ତ୍ର ଛାପ ସୁଷ୍ଟି କରିବା । ଏହି ଯାତ୍ରା ଫଳରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ଗଢିଉଠିବ। ବ୍ରିଟେନରେ ରହୁଥିବା ଓଡିଶା ବାସିନ୍ଦା ବ୍ରିଟେନରେ ପ୍ରଥମ ଥର ପାଇଁ ବାଲିଯାତ୍ରା ଆୟୋଜନ କରିବାକୁ ଯାଉଛନ୍ତି । ଏଥିରେ ବିଶ୍ବର ବହୁ ବ୍ୟବସାୟୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।ଏହି ବାଲିଯାତ୍ରା ରେ ଭାରତରୁ ୪ ରୁ ଉର୍ଦ୍ଧ ବ୍ୟବସାୟୀ ଯୋଗଦେବେ ବୋଲି ସଭାପତି ସ୍ୱେତା ମହାନ୍ତି, କୋର ସଦସ୍ୟ ତଥା ଓଡ଼ିଶା ସୋସାଇଟି ଅଫ୍ ବ୍ରିଟେନର ମୁଖପାତ୍ର ଆଜି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ପ୍ରଥମ ଥର ବ୍ରିଟନରେ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ଏଥିପାଇଁ ସୋସାଇଟି ଭାରି ଉତ୍ସାହିତ । ଓଡିଶା ସୋସାଇଟି ଅଫ୍ ୟୁକେ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେ.ଭି ସିଂଦେଓ ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ଯୋଗଦେବାକୁ ସହମତି ଦେଇଛନ୍ତି । କାର୍ଯ୍ୟକ୍ରମରେ ଓଡିଶା ର ଚର୍ଚ୍ଚିତ କଳାକାର ସବ୍ୟସାଚୀ ଏବଂ ଅର୍ଚ୍ଚିତା ସମେତ କଣ୍ଠଶିଳ୍ପୀ ଯୋଗଦେଇ ଓଡିଶାର ନାଚ ଗୀତ ପରିବେଶଣ କରିବା ସହ ସେଠାକାର ଦର୍ଶକଙ୍କୁ ଉତ୍ସାହିତ କରିବେ । ବିଶେଷ କରି ୪୦ ବର୍ଷରେ ପ୍ରଥମ କରି ବ୍ରିଟେନ ରୟାଲ ପରିବାର ପ୍ରତିନିଧୀ: ଲର୍ଡ ଲିୟୁଟି ନେଣ୍ଟ ଅଫ କେଣ୍ଟ ଲେଡି କଲଗ୍ରେନ ଏଥିରେ ଅଂଶଗ୍ରହଣ କରିବାକୁ ସହମତି ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଦ୍ଧ୍ୟରେ ଇଣ୍ଡିଆନ ଡେପୁଟି ହାଇ କମିଶନର ଶ୍ରୀ ସୁଜିତ ଘୋଷ ବି ଯୋଗଦେବେ । ବୋଲି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ କିପରି ୫ ରୁ ୭ ଦିନ ଧରି ଚାଲିବ ସେ ଦିଗରେ ବି ସୋସାଇଟି ପ୍ରୟାସ ଜାରିରହିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଦ୍ଧ୍ୟରେ ଜଗନ୍ନାଥ ଡେଭଲପର୍ ଏମଡି ଶଷି କୁମାର ସାହୁ ଏବଂ ତାପସ କୁମାର ସାହୁ ଏସଜେପିଟି ଆଡଭାଇଜର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.