ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ

କଟକ : ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇ ଯୁବକ ଗିରଫ । ଭବାନୀ ଶଙ୍କର ମହାନ୍ତିକୁ ଗିରଫ କଲା ଦରଘା ବଜାର ଥାନା ପୋଲିସ ।  ଗତ ୧୭ ତାରିଖ ଦିନ ବାରପଥର ଅଞ୍ଚଲରେ ଘଟିଥିଲା ଘଟଣା।  ଗାଡି ପାର୍କିଂ କୁ ବାରଣ କରିଥିଲେ କାର୍ଯ୍ୟରତ ଟ୍ରାଫିକ କର୍ମଚାରି।

ଏହାକୁ ନେଇ ଯୁକ୍ତି ତର୍କ ହୋଇଥିଲା ।  ଗତ ୨୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଟ୍ରାଫିକ କର୍ମଚାରୀ ।  ଅଭିଯୁକ୍ତ କୁ ଗତ କାଲି ଗିରଫ କରିଛି ପୋଲିସ ।  ଏକ ଫରଚ୍ୟୁନର କାର ଜବତ୍।  ଏକ ମୋବାଇଲ ଫୋନ୍ ଜବତ୍ ।  ବନ୍ଧୁକ ପାଇ ନାହିଁ ପୋଲିସ ।  ଅଭିଯୁକ୍ତ ନାଁ ରେ ପୂର୍ବରୁ ଏକାଧିକ ଥାନାରେ ରହିଛି ଚାରିଟି ମାମଲା ।  ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ ।

nis-ad
Leave A Reply

Your email address will not be published.