ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡିଶା ସରକାର ସୋମବାର ଦିନ ୧୧ ଜଣ ଓଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଶଳୈନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଛି। ସେ କ୍ରୀଡା ଏବଂ ଯୁବ ସେବା ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ। ସେ ବିନୋଦ କୁମାର ଜେନାଙ୍କ ସ୍ଥାନ ନେବେ ଯିଏକି ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଭାବରେ ପୋଷ୍ଟିଂ ହୋଇଛନ୍ତି।

ସେହିଭଳି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ମମତା ବାରିକଙ୍କୁ ସମାନ ନାମ ସହିତ ଓଡ଼ିଶା ଜୀବିକା ମିଶନ (ଓଏଲଏମ) କୁ ସ୍ଥାନାନ୍ତର କରାଯାଇଛି।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ରେ ଜେନେରାଲ ମ୍ୟାନେଜର (ସୋସିଆଲ ପ୍ରୋଜେକ୍ଟସ) ଥିବା ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ୱର ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ବଲାଙ୍ଗିର ତହସିଲଦାର ସୁନୀଲ କୁମାର ମେହେରଙ୍କୁ ପାଟଣାଗଡ଼ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି।

ପୁରୀ ସବ୍‌ କଲେକ୍ଟର ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଡେପୁଟି କମିଶନର ଥିବା ରାଜ କିଶୋର ଜେନାଙ୍କୁ ପୁରୀ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ଅପରପକ୍ଷରେ ସୂରଜ କୁମାର ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ ଇଓ ଭାବେ ଦାୟିତ୍ୱ ଦିଆଯାଇଛି।

କୁଚିଣ୍ଡାର ପୂର୍ବତନ ସବ୍‌-କଲେକ୍ଟର ହେମସାଗର ଭୋଇ ଏବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଓ ପିଜି) ବିଭାଗରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି।

ସୋହେଲା ବିଡିଓ ସୁରେନ୍ଦ୍ର ମେହେରଙ୍କୁ ସୋନପୁରର ଅତିରିକ୍ତ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ଅପରପକ୍ଷରେ ଯାଜପୁରର ଅତିରିକ୍ତ ସବ୍‌ କଲେକ୍ଟର ମନୋରମା ଜାଲିଙ୍କୁ ଭୁବନେଶ୍ୱରସ୍ଥିତ ଏସ୍‌ଆଇଆରଡିର ଡେପୁଟି ଡାଇରେକ୍ଟର ଭାବେ ବଦଳି କରାଯାଇଛି।

nis-ad
Leave A Reply

Your email address will not be published.