କୋଟିଏ ଟଙ୍କାର ଲୁଟ ସୁନା ଓ ରୁପା ଅଳଙ୍କାର ଜବତ, ଦୁଇ ଗିରଫ

ମୋହନା :  ଏକ କୋଟି ଟଙ୍କାର ସୁନା ଓ ରୁପା ଗହଣା ଚୋରି ଘଟଣାର ପର୍ଦାଫାଶ , 2 ଅଭିଯୁକ୍ତ ଗିରଫ  l ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜ଼ାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ 25 ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା, ରୁପା ସହ  70 ହଜାର ଟଙ୍କା ଲୁଟି ନେଇଥିଲେ  l  ଘଟଣାର ଏକ ମାସ ପରେ ପୋଲିସ  ସଫଳତା ମିଳିଛି  l

ଚୋରି ଅଳଙ୍କାର ମଧ୍ୟରୁ 30 କେଜି ରୁପା,  400 ଗ୍ରାମ ସୁନା ଅଳଙ୍କାର ସହ 40 ହଜାର ଟଙ୍କା ଜବତ କରିଛି ପୋଲିସ  l  ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଆସ୍କାର ଓ ଅନ୍ୟ ଜଣେ ସୋନପୁର ଜିଲ୍ଲାର  l  ଏହା ପଛରେ ଏକ ବଡ଼ ଚୋରି ରାକେଟ କାମ କରୁଛି ଏବଂ ଅତିଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି  l

nis-ad
Leave A Reply

Your email address will not be published.