ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ମୁକାବିଲା ନେଇ ପ୍ରଥମ ଟାସ୍କ ଫୋର୍ସ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ମୁକାବିଲା ନେଇ ବୈଠକ  । ଦାଦନ ସମସ୍ୟା ରୋକିବାକୁ ଟାସ୍କ ଫୋର୍ସର ପ୍ରଥମ ବୈଠକ  । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି  । ଏଥିରେ ଦାଦନ ଶ୍ରମିକ ସମସ୍ୟା ରୋକିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଦାଦନ ଶ୍ରମିକ ସମସ୍ୟାକୁ ରୋକିବ ଏହି ଟାସ୍କ ଫୋର୍ସ  । ଏହା ସହ ଲୋକଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ସହ ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଇଛି ।

ବୈଠକରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଟାସ୍କଫୋର୍ସରେ ସଦସ୍ୟ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଭିନ୍ନ ବିଭାଗୀୟ ମନ୍ତ୍ରୀ , ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବ ସଦସ୍ୟ ଅଛନ୍ତି । ପ୍ରତି ୬ ମାସରେ ସମୀକ୍ଷା ବୈଠକ କରି ପଦକ୍ଷେପ ନିଆଯିବ । ଆଜି ପ୍ରଥମ ବୈଠକ ହୋଇଛି ।

nis-ad
Leave A Reply

Your email address will not be published.