ଥାନାରେ ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର : ଥାନା ରିସେପସନ୍ ରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ । ଦେଖନ୍ତୁ ପୋଲିସ କର୍ମଚାରୀ ବଡି କ୍ୟାମେରା ପିନ୍ଧିବାର Exclusive ଭିଡିଓ । ପାଇଲଟ ପ୍ରୋଜେକ୍ଟ ଆରମ୍ଭ କଲା କମିଶନରେଟ ପୋଲିସ ।

ଭୁବନେଶ୍ବର ଖାରବେଳନଗର ଥାନା ବୁଲି ଦେଖିଲେ ଅତିରିକ୍ତ କମିଶନର ଉମାଶଙ୍କର ଦାସ ।  ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ନେଇ ହେବ ଛାନବିନ । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ପ୍ୟାନିକ ବଟନ ଦବାଇବା ମାତ୍ରେ ସମସ୍ତ ଅଭାବନୀୟ ଘଟଣା ରେକର୍ଡ ହେବ । ପୂର୍ବରୁ ଭରତପୁର ଘଟଣା ପାଇଁ ବଦନାମ ହୋଇଥିଲା କମିଶରେଟ ପୋଲିସ । ଖଣ୍ଡଗିରି ଥାନାରେ ମଧ୍ୟ ମଦ୍ୟପାନ କରି ପୋଲିସକୁ ଦୁର୍ବ୍ୟବହାର କରିଥିଲେ ମହିଳା ।

nis-ad
Leave A Reply

Your email address will not be published.